ସୁନ୍ଦରଗଡ଼,୧୭/୧୨/୨୦୨୪: ନିକଟରେ, ବେଦାନ୍ତ ଆଲୁମିନିୟମ ଶିଶୁ ମହୋତ୍ସବ ‘ସୁରଭି’କୁ ସହଯୋଗର ହାତ ବଢ଼ାଇଛି। ଯାହା ସ୍ଥାନୀୟ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ଲାଟଫର୍ମ। ଗିରିସ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ହେମଗିରୀ ବ୍ଲକ ଅନ୍ତର୍ଗତ ୧୮ଟି ଗ୍ରାମ ପଞ୍ଚାୟତରେ ଥିବା ୧୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ ।
ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଉଦିଷ୍ଠ କାର୍ୟ୍ୟକ୍ରମରେ କଳା ଓ କାରିଗରୀ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧରଚନା, ବକ୍ତୃତା ଏବଂ ସୃଜନଶୀଳ ଲେଖା ସମେତ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ କରୁଣା ଏସ୍ ପଟେଲଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଇଓ ଶ୍ରୀ ପଟେଲ କହିଥିଲେ ଯେ, ଭବିଷ୍ୟତର ନେତୃତ୍ୱ ଗଠନ ପାଇଁ ସୁରଭି ପ୍ରୋତ୍ସାହିତ କରିଥାଏ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସହଯୋଗ ଓ ନିଷ୍ଠାର ମୂଲ୍ୟ ଶିଖିବା ପାଇଁ ଏକ ନିଆରା ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ସେ ବେଦାନ୍ତର ସହଯୋଗକୁ ଧନ୍ୟବାଦ ଜଣାଇଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କିଶୋର ଆର୍କ ସୁରଭିକୁ ବେଦାନ୍ତର ସମର୍ଥନକୁ ପ୍ରଶଂସା କରି କହିଥିଲେ, ବେଦାନ୍ତ ସମର୍ଥନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ‘ସୁରଭି’ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହିତ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପାଲଟିଛି।
ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ପୁଞ୍ଜି ନିବେଶ କରି ବେଦାନ୍ତ ଅଧିକ ସହଭାଗିତା, ଅଭିବୃଦ୍ଧି ଓ ବିକାଶର ମାର୍ଗ ପ୍ରଶସ୍ତ କରୁଛି । ବେଦାନ୍ତ ଆଲୁମିନିୟମ ରଣନୀତିକ ପ୍ରୋତ୍ସାହନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବନଶୈଳୀ, ଗ୍ରାମୀଣ ଭିତ୍ତିଭୂମି ଏବଂ କ୍ରୀଡ଼ା ଓ ସଂସ୍କୃତି ମାଧ୍ୟମରେ ସମୃଦ୍ଧ ଗୋଷ୍ଠୀ ବିକାଶ ପାଇଁ ପ୍ରତିଶୃତିବଦ୍ଧ।
ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ କମ୍ପାନି ପକ୍ଷରୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଏହି ପ୍ରୟାସଗୁଡିକ ଏହାର ପରିଚାଳନା ସୀମା ମଧ୍ୟରେ ଏବଂ ଏହା ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ ଦିଗରେ ସକ୍ରିୟ ଭାବରେ ଯୋଗଦାନ କରୁଛି ।