Author: S.S

କଳାହାଣ୍ଡି, ୧୬/୦୧/୨୦୨୫ : ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନି ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି। ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗୀର ଚମତ୍କାର ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତର ସର୍ବପୁରାତନ କଳା – ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଥାଏ । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନକୁ ପ୍ରତିଫଳିତ କରୁଥିବା ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ଘରୋଇ ଜୈବିକ ଉତ୍ପାଦ ଏହି କଳାତ୍ମକ ପ୍ରଦର୍ଶନର ଏକ ଅଂଶ ଥିଲା । ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର…

Read More

ରୂଷ୍-ୟୁକ୍ରେନ ଯୁଦ୍ଧ ଥମିବାର ନା ଧରୁନି। ଏହା ୧୦୫୨ ଦିନ ହେଲା ଜାରି ରହିଛି। ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଜାରି ରଖୁଥିବାବେଳେ ଆମେରିକା ଏବଂ ଜାପାନ ରୁଷ୍ ଉପରେ ନୂଆ କଟକଣା ଲଗାଇଛନ୍ତି । ଆମେରିକା ଗୃହ ବିଭାଗର ସୂଚନା ଅନୁଯାଯା ରୁଷ୍ରୁ ୨୦୦ରୁ ଅଧିକ କମ୍ପାନୀ ଏବଂ ବ୍ୟକ୍ତିଙ୍କ ସହିତ ୧୮୦ରୁ ଉର୍ଦ୍ଧ ଜାହାଜକୁ ନିଷିଦ୍ଧ କରିଦିଆଯାଇଛି। ଏହା ବ୍ୟତୀତ ଦୁଇ ଭାରତୀୟ କମ୍ପାନୀ ‘ସ୍କାଇହାର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍’ ଏବଂ ‘ଏଭିଜନ ମ୍ୟାନେଜମେଣ୍ଟ ସର୍ଭିସେଜ’ ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି। ଏହି ଦୁଇ କମ୍ପାନୀ ଆମେରିକା କଟକଣା ଉଲ୍ଲଙ୍ଘନ କରି ରୁଷକୁ ଏଲ୍‌ଏନ୍‌ଜି ପରିବହନ କରିଥିବା ଅଭିଯୋଗ ହୋଇଛି। ତେବେ ତୈଳ ଏବଂ ଗ୍ୟାସ୍‌ରୁ ରୁଷ୍ ମିଳୁଥିବା ରାଜସ୍ବକୁ ଲକ୍ଷ୍ୟ ରଖ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ଲଗାଇଛନ୍ତି | ତୈଳ ଉତ୍ପାଦନ ଏବଂ ଯୋଗାଣକୁ ପ୍ରଭାବିତ କରିବା ପାଇଁ ରୁଷ୍ ତୈଳ…

Read More

ଲାଞ୍ଜିଗଡ଼, ୦୮/୦୧/୨୦୨୫ : କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ରେ ଏକ ବକ୍ସାଇଟ୍ ଖଣି କରାଯାଉ। କଞ୍ଚାମାଲ ପ୍ରଦାନ କରାଯାଉ। ଗ୍ରାମସଭା କରିବାକୁ ଲାଞ୍ଜିଗଡ଼ ବାସିନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦିଆଯାଇଥିବା ନିବେଦନପତ୍ରରେ ଲାଞ୍ଜିଗଡ଼ରେ ବକ୍ସାଇଟ୍ ଖଣି ବା କଞ୍ଚାମାଲ ଯୋଗାଇ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରାଯାଇଛି। ଲାଞ୍ଜିଗଡ ଖଣି ଖନନ ସପକ୍ଷରେ ହୋଇଥିବା କାର୍ଯ୍ୟକ୍ରମ ବିଶ୍ବନାଥପୁର ସ୍ଥିତ ଉଦ୍ୟାନକୃଷି ଦପ୍ତର ନିକଟରୁ ବାହାରି ଲାଞ୍ଜିଗଡ ବ୍ଲକ ଅଫିସରେ ପହଞ୍ଚିଥିଲା। ଏଥିରେ ଲାଞ୍ଜିଗଡ ଓ୍ପାକର୍ସ ଆସୋସିଏସନ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାଞ୍ଜିଗଡ ଡ୍ରାଇଭର ସଂଘ, ମୋଟରଯାନ ମାଲିକ ସଂଘ ସହିତ କଳାହାଣ୍ଡି ଓ ରାୟଗଡାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି…

Read More

ଭୁବନେଶ୍ବର: ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି ବୋଲି ଗ୍ରିଡ୍‌କୋ ଓ ‘ଆଇଫରେଷ୍ଟ’ର ମିଳିତ ସହଯୋଗରେ ଭୁବନେଶ୍ବରରେ ଆଜି ଆୟୋଜିତ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ମତପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, “ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟଭାବେ ପରିଗଣିତ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ଅନୁକୂଳ ହୋଇଥିବାବେ‌ଳେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ରହିଛୁ। ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି; ତାହା ଆମକୁ ପ୍ରେରିତ କରିଛି ବୋଲି ସେ କହିଥିଲେ।” ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଥିଲେ ଯେ, “ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ…

Read More

ମୁମ୍ବାଇ,୧୭/୧୨/୨୦୨୪: ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ଭାବରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରି ସାରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି ବେଦାନ୍ତ। ମେକ୍-ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିତ୍ବ ଦଳ ସହ ଆଲୋଚନାବେଳେ ବେଦାନ୍ତ ଲିମିଟେଡ୍ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଘୋଷଣା କରିଛି । ଅକ୍ଷୟ ଶକ୍ତିଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜି ନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ…

Read More

ଭୁବନେଶ୍ୱର, ଓଡ଼ିଶା, ଡିସେମ୍ବର 13/24 : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ବିଶ୍ୱ ଏଡ୍ସ ଦିବସରେ ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଥିଲା। ଏହି ପଦକ୍ଷେପରେ ବେଦାନ୍ତ ସ୍ଥାନୀୟ ଗୋଷ୍ଠୀଭ୍‌କୁ ଏଚଆଇଭି ଉପରେ ସଚେତନ ପାଇଁ ଉପଯୁକ୍ତ ମାର୍ଗ ଅନୁସରଣ କର: ମୋର ସ୍ୱାସ୍ଥ୍ୟ ମୋର ଅଧିକାର ବିଷୟ ଉପରେ ବାର୍ତା ଦେଇଥିଲା। ଉକ୍ତ ଅଭିଯାନରେ ବେଦାନ୍ତ ଝାରସୁଗୁଡ଼ା, ଲାଞିଗଡ଼ ଓ ଏହାର ଖଣି ଥିବା ସ୍ଥାନରେ ୧୧,୪୦୦ରୁ ଅଧିକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସଚେତନତା ଅଧିବେଶନ,ରାଲି, ନୁକଡ ନାଟକ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜରୀଆରେ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଟ୍ରକ ଡ୍ରାଇଭର, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କ ନିକଟରେ ପହଂଚିଥିଲା। ଲୋକମାନଙ୍କୁ ଏଚଆଇଭି-ଏଡସ ସଂପର୍କରେ ବୁଝାଇବା ସହିତ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଥିଲା। ଝାରସୁଗୁଡ଼ା ଜିଲ୍ଳାରେ ଏନସିସି ଓ ଏନଏସଏସ କ୍ୟାଡେଟ, ବେଦାନ୍ତର କର୍ମଚାରୀ ଓ ସ୍ଥାନୀୟ…

Read More