ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ ଲାଗୁ ହେବା ପରଠୁ ଏଥିସହ ଜଡ଼ିତ ଠକେଇ ମାମଲା ବଢ଼ି ଚାଲିଛି। ୨୦୨୪ ଏପ୍ରିଲ-ଡିସେମ୍ବର ଅବଧିରେ ସାରା ଦେଶରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦାଫାଶ କରିଛଡି କେନ୍ଦ୍ରୀୟ ଜିଏସ୍ଟି ଅଧୁକାରୀ। ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଚୌଧୁରୀ କହିଛନ୍ତି, ଏହି ଅବଧିରେ ୭୨,୩୯୩ ଇନ୍ପୁଟ ଟାକ୍ସ କ୍ରେଡିଟ ଠକେଇ ମାମଲା ସାମ୍ନାକୁ ଆସିଛି। ୧୩୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦,୨୧୮ କୋଟି ଟଙ୍କା ଆଦାୟ କରାଯାଇଛି। ଆର୍ଥକ ବର୍ଷ ୨୦୨୩-୨୪ ଅବଧିରେ କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀମାନେ ୨୦,୫୮୨ ମାମଲାରେ ୨.୩୦ ଲକ୍ଷ କୋଟିର ଜିଏସ୍ଟି ଠକେଇ ଠାବ କରିଥିଲେ। ଏହି ମାମଲା ଗୁଡ଼ିକରେ ୩୧, ୭୩୫ କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ ୨୨୩ ଲୋକଙ୍କୁ ଗିରଫ କରାଯାଇଥିଲା। ୨୦୨୧-୨୨ ଏବଂ ୨୦୨୨-୨୩ ଅବଧରେ ଏହି ଠକେଇ ପରିମାଣ ଯଥାକ୍ରମେ ୭୩,୨୩୮ କୋଟି ଏବଂ ୧.୩୨ ଲକ୍ଷ କୋଟି ଟଙ୍କା ରହିଥିଲା।
ଜିଏସ୍ଟି ବ୍ୟବସ୍ଥାରେ ୪ଟି ପ୍ରମୁଖ ସ୍ଵାବ ଯଥା-୫%,୧୨%,୧୮% ଏବଂ ୨୮% ଭାବେ ଟିକସ ଆଦାୟ କରାଯାଉଛି। ସୁନା, ରୁପା, ହୀରା ଏବଂ ଗହଣା କ୍ଷେତ୍ରରେ ୩ଟି ସ୍ବତନ୍ତ୍ର ହାର ୩%, ୧.୫% ଏବଂ ୦.୨୫% ଲାଗୁ ହେଉଛି। ତମାଖୁ, ତମାଖୁ ଜାତୀୟ ଉତ୍ପାଦ, ଗାଡ଼ି ଏବଂ ମୃଦୁ ପାନୀୟ ଉପରେ ଜିଏସ୍ଟି କ୍ଷତିପୂରଣ ସେସ୍ ଲାଗୁ କରାଯାଉଛି।
ଜିଏସ୍ଟିର ଜାଲ୍ ପଞ୍ଜୀକରଣ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ୨୦୨୩ ମେରୁ ଅଗଷ୍ଟ ଏବଂ ୨୦୨୪ ଅଗଷ୍ଟରୁ ଅକ୍ଟୋବର ଯିଏ ସ୍ବତନ୍ତ୍ର ଅଭିଯାନ ହାତକୁ ନେଇଥିଲେ। ପ୍ରଥମ ଅଭିଯାନରେ ୨୧, ୮୦୮ ଜାଲ୍ ଜିଏସ୍ଟିଏନ୍ ଏବଂ ୨୪, ୩୫୭ କୋଟିର ଟିକସ ଠକେଇ ଠାବ କରିବାକୁ ସକ୍ଷମ ହୋଇଥିଲେ ଅଧୁକାରୀ। ଏହି ସମୟରେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ୬୮,୩୯୩ ଜାଲ୍ ଜିଏସ୍ଟିଏନ୍ ଏବଂ ୨୫,୩୪୬ କୋଟିର ଠକେଇ ସାମ୍ପକୁ ଆସିଥିଲା। ଏଥିରେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜିଏସ୍ଟି ଠକେଇ ଠାବ କରିବା ଲାଗି ଟିକସ ଅଧିକାରୀ ମାନେ ବିଶେଷ କରି ବିକ୍ରିକୁ କମ୍ କରି ଦେଖାଇବା, ଜାଲ୍ ଇନ୍ଭଏସ ପ୍ରଦାନ ଏବଂ ଜାଲ୍ ଇନ୍ପୁଟ ଇନ୍ପୁଟ ଟିକସ କ୍ରେଡିଟ ଭଳି ପ୍ରମୁଖ ଦିଗଗୁଡିକୁ ଦେଖିଥାନ୍ତି ।
କେନ୍ଦ୍ର ସରକାରଙ୍କ ରାଜସ୍ବର ପ୍ରମୁଖ ଭାଗ ପରୋକ୍ଷ ଟିକସ ବା ଜିଏସ୍ଟିରୁ ପ୍ରାପ୍ତ ହୋଇଥାଏ। ଏଭଳି ଠକେଇ ମାମଲା ବଢ଼ିଲେ ରାଜକୋଷ ଉପରେ ଚାପ ପଡିବାର ଢ଼େର ଆଶଙ୍କା ରହିଛି। ଏହା ଉପରେ ରୋକ ଲଗାଇବା ଲାଗି ସରକାର ତତ୍ପରତା ଦେଖାଉଛନ୍ତି। କାରଣ ଜନକଲ୍ୟାଣକାରୀ ଯୋଜନା ହ୍ରାସ ହେଲେ ଜନକଲ୍ୟାଣ ବାବଦ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହେବ। ଏହାସହ ଦେଶର ବିତ୍ତୀୟ ସ୍ଥିରତା ଉପରେ ମଧ୍ଯ ଚାପ ରହିବ। ଏହି ମାମଲା ଗୁଡିକର ତଦନ୍ତ କରି ଟିକସ ଦାବିକୁ ଅସୁଲ କରିବାକୁ ଅଭିଯାନ ଜୋରଦାର କରାଯାଉଛି।
ଜିଏସ୍ଟି ଫାଙ୍କୁଥୁବା ସଂସ୍ଥାଗୁଡିକ ଅନୁପାଳନ କରୁଥିବା ସଂସ୍ଥା ତୁଳନାରେ ଅର୍ଥନୈତିକ ଉପାୟରେ ଲାଭ ହାସଲ କରିଥାନ୍ତି। ଏ କ୍ଷେତ୍ରରେ ତଦନ୍ତ ହେବାଦ୍ୱାରା ବେଆଇନ ସଂସ୍ଥା ଗୁଡିକ ଉପରେ ସରକାର ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥାନ୍ତି। ତେବେ ଠକେଇ ମାମଲା ଗୁଡିକୁ ସାମ୍ନାକୁ ଆଣିବା ଲାଗି ସରକାର ଏବେ ଟେକ୍ନୋଲୋଜି ବ୍ୟବହାରକୁ ତ୍ବରାନ୍ବିତ କରିଛନ୍ତି। ଜିଏସ୍ଟି ରିଟର୍ଶ, ଇୱେ ଦିଲ, ବ୍ୟାଙ୍କ ନେଣଦେଣ ତଥ୍ୟ ଆଧାରରେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଠାବ କରାଯାଉଛି। ଯଦି କୌଣସି ବ୍ୟକ୍ତି ବିଶେଷ ଟିକସ ଫାଙ୍କିଥିବା ଅଧିକାରୀମାନେ ଜାଣିବାକୁ ପାଆନ୍ତି ତାଙ୍କ ବିରୋଧରେ ଜରିମାନା, ସୁଧ ଏବଂ ଜେଲ ଦଣ୍ଡ ରହିଛି। ଜିଏସଟି ଆଇନରେ ଅନୁପାଳନକୁ ଦୃଢ଼ କରିବା ଏବଂ ଟିକସ ଫାଙ୍କି ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ନିୟମ ରହିଛି।

