Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଚଳିତ ବର୍ଷ ନିଲାମ ହେବ ୩୦ଟି ଖଣି : ବିଭୁତି ଭୂଷଣ

    ଚଳିତ ବର୍ଷ ନିଲାମ ହେବ ୩୦ଟି ଖଣି : ବିଭୁତି ଭୂଷଣ

    editorBy editorMarch 25, 2025Updated:October 4, 2025 Odia News No Comments3 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର : ୨୦୨୩ ପରଠାରୁ ରାଜ୍ୟରେ ଗୋଟିଏ ବି ଖଣି ନିଲାମ ହୋଇନି | କିନ୍ତୁ ଆମେ ଚଳିତବର୍ଷ ୩୦ଟି ଖଣି ଉତ୍ସ ନିଲାମ କରିବାକୁ ଯୋଜନା ହୋଇଛି। ଏଥିରୁ ୮ଟି ଖଣି ନିଲାମ ପାଇଁ ଗତ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଖୁବ୍‌ଶୀଘ୍ର ବାକି ଖଣି ନିଲାମ ନେଇ ପର୍ଯ୍ୟାୟକ୍ରମେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଆଜି ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ରାଜ୍ୟରେ ଏବେ ଗୁରୁ, ବିନିର୍ଦ୍ଦିଷ୍ଟ ଲଘୁ ଏବଂ ଦୁଷ୍ପାପ୍ୟ ଖଣିଜ ପଦାର୍ଥର ୩୮୩ଟି ଉତ୍ସ ରହିଛି। ସେଥିରୁ ୨୦୧ଟି କାର୍ଯ୍ୟରତ ଥିବାବେଳେ ୧୮୨ଟି ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ନାହିଁ। ୨୦୧୫ ମସିହାରେ ଏମ୍ଏମ୍‌ଡିଆର ଆକ୍ସରେ ସଂଶୋଧନ ପରେ ରାଜ୍ୟ ସରକାର ୪୭ଟି ଖଣି ନିଲାମ କରିଥିବାବେଳେ କେନ୍ଦ୍ର ସରକାର ୩ଟି ଗ୍ରାଫାଇଟ୍ ଖଣି ନିଲାମ କରିଛନ୍ତି।

    ଏହାସହ ସେ କହିଛନ୍ତି ଯେ ଏବେ ରାଜ୍ୟରେ ୩୮ଟି କ୍ୟାପଟିଭ୍ ଓ ୩୪୫ଟି ନନ୍ କ୍ୟାପଟିଭ୍ ଖଣି ରହିଛି। ୨୦୧୫ ପୂର୍ବରୁ କାର୍ଯ୍ୟକାରୀ ଥିବା କ୍ୟାପଟିଭ୍ ଖଣିଗୁଡ଼ିକର ଅବଧି ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ରହିଛି। ଅପରପକ୍ଷେ ଖଣିଜ ବ୍ଲକ ନିଲାମ ପରେ ସମସ୍ତ ବୈଧାନିକ ଅନୁମତି ଆଣିବାକୁ ନିଲାମଧାରୀଙ୍କୁ ତିନିରୁ ୫ବର୍ଷ ଲାଗିଥାଏ। ତେଣୁ ଶୀଘ୍ର ଖଣିଜ ଉତ୍ପାଦନ କରାଯିବା ଲକ୍ଷ୍ୟରେ ପ୍ରଥମଥର ପାଇଁ ସମସ୍ତ ପ୍ରକାରର ମଞ୍ଜୁରି ଥାଇ ଦୁଇଟି ଖଣିଜ ବ୍ଲକ୍ ଯଥା ଲୌହ-ମାଙ୍ଗାନିଜ୍ ବ୍ଲକ୍ ଏବଂ କାଲିମାଟି ଲୌହ ବ୍ଲକ୍‌ରେ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଦ୍ବାରା ଆନୁଷଙ୍ଗିକ ପ୍ରାକ୍ ନିଲାମ କାର୍ଯ୍ୟ ଚାଲୁ ରହିଛି।

    ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏଥର ଅଧିକ ଖଣିଜ ଉତ୍ପାଦନ ହୋଇଥିଲେ ମଧ୍ୟ ରାଜସ୍ବ କମିଛି। କାରଣ ଖଣିଜର ହାରାହାରି ବିକ୍ରୟ ମୂଲ୍ୟ କମିଯାଇଛି। ୨୦୨୩-୨୪ରେ ୪୧୦,୨୭୩ ମିଲୟନ୍ ମେଟ୍ରିକ ଟନ୍ ଉତ୍ପାଦନ ହୋଇଥିବାବେଳେ ୪୦୮,୪୪୯ ମିଲିୟନ ମେଟ୍ରିକ ଟନ୍ ନିର୍ଗମନ ହୋଇଥିଲା। ଏହା ବାବଦକୁ ୪୨୭୯୧,୯୫୯କୋଟି ମିଳିଥିଲା ୨୦୨୪-୨୫ରେ ୪୪୩.୮୪୦ ମିଲିୟନ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥିବାବେଳେ ୪୨୯.୩୪୪ ମିଲିୟନ ମେଟ୍ରିକ ଟନ୍ ନିର୍ଗମନ ହୋଇଛି | ଏହା ବାବଦକୁ ୩୯୨୪୨.୪୫୧ ଟଙ୍କା ରାଜସ୍ବ ଆଦାୟ ହୋଇଛି |

    ଏହି ଅବସରରେ ମନ୍ତ୍ରୀ ପୂର୍ବ ସରକାରକୁ କଟାକ୍ଷ କରି କହିଥିଲେ ଏକ୍ ଆଦମି ସବକୋ ଉଲୁ ବନା ଦିୟା ସବକା ମୁହୁଁ ବନ୍ଦ କର୍‌କେ ଅକେଲା ଶଙ୍ଖ ବଜାୟା। ରାଜା ଚକ୍ରର ଉଦାହରଣ ଦେଇ କିପରି ଖଣି ଲୁଟ୍ ହୋଇଛି ମନ୍ତ୍ରୀ ତାହା କହିଥିଲେ। ସେହିପରି ଖଣି ବିଭାଗରେ ଆବଶ୍ୟକ ଭିତ୍ତିଭୂମି ନଥାଇ କିପରି ଲଘୁ ଖଣିଜ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଆସିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି। ଏହାସହ କହିଛନ୍ତି ଯେ ପଞ୍ଚାୟତସ୍ତରରେ କିପରି ଲୋକମାନେ ସୁବିଧାରେ ଓ ଶସ୍ତାରେ ବାଲି ପାଇବେ ସେଥିପାଇଁ ସରପଞ୍ଚମାନଙ୍କୁ ଅଧିକ ଦାୟିତ୍ଵ ଦିଆଯାଇଛି।

    ବାଣିଜ୍ୟ ଓ ପରିବହନ ବିଭାଗ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ସାରା ଦେଶରେ ଏବେ ୧୦୦ଟି ବସ୍‌ରେ ୭ଟି ଇଭି ବସ୍‌ ଚାଲୁଥିବାବେଳେ ଆମର ୧୦୦ଟି ବସ୍‌ରେ ୯ଟି ଇଭି ବସ୍ ଚାଲୁଛି ଆମର ଇଭି ସବ୍‌ସିଡି ପୋର୍ଟାଲ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଏବେ ରାଜ୍ୟରେ ୨୩ଟି ସ୍ଥାନରେ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯାଉଛି। ସଡ଼କ ଦୁର୍ଘଟଣା କିପରି କମିବ ସେନେଇ ବ୍ୟାପକ ପଦକ୍ଷେପ ନିଆଯାଉଛି।  ଡ୍ରାଇଭରମାନଙ୍କୁ ଦକ୍ଷ କରିବା ପାଇଁ ସବୁ ଆର୍‌ଟିଓରେ ସ୍ବୟଂଚାଳିତ ଡ୍ରାଇଭିଂ ଟେଣ୍ଟିଂ ସିଷ୍ଟମ୍ ଲାଗୁ ହେବା ଲକ୍ଷ୍ମୀ ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ ଏଥିରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ମହିଳା, କିନ୍ନରଙ୍କୁ ଭଡ଼ା ଉପରେ ୫୦% ରିହାତି ଦିଆଯିବା ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ତିରୁପତି, ଇନ୍ଦୋର-ଉଜୈନ, ଶିରିଡ଼ି ଭାୟା ନାଗପୁର, ଅଯୋଧ୍ୟା ଭାୟା ବାରଣାସୀ, ହାଇଦ୍ରାବାଦ ଭାୟା ବିଶାଖାପାଟଣା, ଭିଲାଇ ଭାୟା ରାୟପୁରକୁ ବସ୍ ଚଳାଚଳ କରିବା ବେସାମରିକ ବିମାନ ଚଳାଚଳକୁ ବୃଦ୍ଧି କରିବାକୁ ବିଭିନ୍ନ ରୁଟ୍‌ରେ ଏୟାରଲାଇନ୍ସକୁ ସବ୍‌ସିଡି ଦେଇ ବିମାନ ଚଳାଚଳ ଆରମ୍ଭ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

    Post Views: 119
    bibhuti bhusan jena Industry Odisha mining oxen ODISHA GOVT revenue model
    editor
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया

    Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.