Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଶକ୍ତି ଉତ୍ପାଦନ ଲକ୍ଷ୍ୟ

    ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଶକ୍ତି ଉତ୍ପାଦନ ଲକ୍ଷ୍ୟ

    S.SBy S.SDecember 25, 2024Updated:October 16, 2025 Odia News No Comments2 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ବର: ୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି ବୋଲି ଗ୍ରିଡ୍‌କୋ ଓ ‘ଆଇଫରେଷ୍ଟ’ର ମିଳିତ ସହଯୋଗରେ ଭୁବନେଶ୍ବରରେ ଆଜି ଆୟୋଜିତ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ମତପ୍ରକାଶ ପାଇଛି।

    ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, “ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟଭାବେ ପରିଗଣିତ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ଅନୁକୂଳ ହୋଇଥିବାବେ‌ଳେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ରହିଛୁ। ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି; ତାହା ଆମକୁ ପ୍ରେରିତ କରିଛି ବୋଲି ସେ କହିଥିଲେ।”

    ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଥିଲେ ଯେ, “ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗଉଛି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ସୁଲଭ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉ। ମୋଟ ୨,୯୩୮ ମେଗାୱାଟ୍‌ର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌରଶକ୍ତିରୁ ମିଳୁଛି। ଯେଉଁଥିରେ ୫୦୮ ମେଗାୱାଟ ଗ୍ରାଉଣ୍ଡ-ମାଉଣ୍ଟେଡ୍‌, ୫୮ ମେଗାୱାଟ୍‌ ରୁଫ୍‌ଟପ୍ ଓ ୪୨ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଅଫ୍ ଗ୍ରିଡ ସୌରଶକ୍ତି ଅନ୍ତର୍ଭୁକ୍ତ। ୧,୩୪୩ ମେଗାୱାଟ୍‌ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି। ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।”

    ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, “୨୦୩୦ ସୁଦ୍ଧା ୧୦ ଗିଗାଵାଟ୍‌ କ୍ଷମତା ହାସଲ କରିବାକୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଇରେଡା ସେଥିରେ ନିଜର ପ୍ରତିବଦ୍ଧତା ଜଣାଉଛି। ସୌର, ଜଳ, ଇଥାନଲ ଓ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ୩ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିସାରିଛି। ଏକ ଅଗ୍ରଣୀ ସୌରଶକ୍ତି ଉତ୍ପାଦନକାରୀ ଓ ସୌର ଉପକରଣ ଉତ୍ପାଦନର ହବଭାବେ ଉଭା ହେବାକୁ ଓଡ଼ିଶାରେ ସମ୍ଭାବନା ରହିଛି। ଇରେଡା ଦେଶରେ ୨.୦୮ ଲକ୍ଷ କୋଟିରୁ ଅଧିକ ମଞ୍ଜୁର କରିଛି। ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ୧.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଅକ୍ଷୟ ଶକ୍ତି ଋଣ ଅର୍ଥ ଯୋଗାଣ କ୍ଷେତ୍ରରେ ୧୦-୧୫% ଅବଦାନ ସହ ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଇରେଡା ପ୍ରତିବଦ୍ଧ।”

    ସେହିପରି ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା, “୨୦୨୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦୃଷ୍ଟିରୁ ଆଜିର ବୈଠକ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ୨୦୦ ଗିଗାୱାଟ୍‌ର ସମ୍ଭାବନା ରହିଛି। ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆହୁରି ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ‘ଆଇଫରେଷ୍ଟ’ ସିଇଓ ତଥା ସଭାପତି ଚନ୍ଦ୍ରଭୂଷଣ ଏକ ସବୁଜ ଅର୍ଥନୀତି ଗଠନ ଦିଗରେ ସବୁଜ ପରିବେଶର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଚାହିଦା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

    ଏହି ନିବେଶକ ସମ୍ମିଳନୀରେ ୧୫୦ରୁ ଅଧିକ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା, ୪୦୦ ଜଣ ଯୋଗଦେଇ ଓଡ଼ିଶାକୁ ସୌରଶକ୍ତିର ହବ୍‌ରେ ପରିଣତ କରିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ।

    Post Views: 77
    Energy and Power Energy Department Global Energy Industry Odisha Rooftop Solar Capacity
    S.S
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया

    Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.