Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Saturday, October 18th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » କୃଷି ବିକାଶରେ ସାମିଲ ହେବାକୁ ଆହ୍ୱାନ ଦେଲେ ଉପମୁଖ୍ୟମନ୍ତ୍ରୀ

    କୃଷି ବିକାଶରେ ସାମିଲ ହେବାକୁ ଆହ୍ୱାନ ଦେଲେ ଉପମୁଖ୍ୟମନ୍ତ୍ରୀ

    editorBy editorJanuary 30, 2025Updated:August 13, 2025 Business No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦୁଇଦିନ ଧରି ଚାଲିଥିବା ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ଓଡ଼ିଶାରେ ନିରନ୍ତର ଖାଦ୍ୟ ଓ ଅଭିବୃଦ୍ଧି’ ଶୀର୍ଷକ ଆଲୋଚନା ହୋଇଯାଇଛି । ଏହି ଅଧିବେଶନରେ ମୋଟ ୧୭ଟି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ସହ ପ୍ରାୟ ୧୨୮୯ କୋଟି ଟଙ୍କାର ନିବେଶ ପାଇଁ ନିବେଶକମାନେ ସହମତି ପ୍ରଦାନ କରିଛନ୍ତି।

    ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧିବେଶନରେ ନିବେଶକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ବିକଶିତ ଓଡ଼ିଶା ଗଠନ କରିବାକୁ ହେବ। ଏଥିପାଇଁ ଜୈବିକ କୃଷି, ଜଳବାୟୁ ସହନଶୀଳ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଆବଶ୍ୟକ। କୃଷି କ୍ଷେତରୁ ବଜାର ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ଅଭିବୃଦ୍ଧି ହେବା ଦରକାର। ତେଣୁ ଆପଣମାନେ ଓଡ଼ିଶାରେ, ବିଶେଷ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିବର୍ତ୍ତିତ କରନ୍ତୁ।

    ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଏବଂ ସମ୍ଭାବନାରେ ଭରପୂର। କୃଷି, ପନିପରିବା, ମସଲା ଇତ୍ୟାଦି ଉତ୍ପାଦନରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ। ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆହୁରି ସଶକ୍ତ କରିବ। ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ କହିଥିଲେ ଯେ ଓର୍‌ମାସ୍‌ ଓଡ଼ିଶା ଜୀବିକା ମିଶନ ଜରିଆରେ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତି ସଶକ୍ତ ହେଉଛି। ଏହାକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟୋଗୀମାନେ ଆଗେଇ ଆସନ୍ତୁ ।

    ଅତିଥିମାନଙ୍କଦ୍ୱାରା ଶୀତଳଭଣ୍ଡାର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଆନୁଷ୍ଠାନିକଭାବେ ଆଜିଠାରୁ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବା ଯୋଜନା ଲାଗୁ କରାଗଲା। ଏହି ଅବସରରେ ରାଜ୍ୟ ସରକାର ୧୭ଟି କମ୍ପାନୀ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ଏହାଦ୍ୱାରା ୧୨୮୯ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ ହୋଇଛି। ଏଫ୍‌ପିଓ ଉପରେ ଏକ କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

    ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟୋଗୀଙ୍କୁ ବିଭିନ୍ନ ବ୍ୟବସାୟ ତଥା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ କରାଯାଉଛି। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍‌ କଲ୍ୟାଣ ଓ ଶିଳ୍ପ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ ଅଧିବେଶନରେ ଉପସ୍ଥିତ ଥିଲେ।

    Post Views: 128
    Deputy CM Investment In Odisha KV Singhdeo MOU Utkarsh Odisha-2025
    editor
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

    ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ୪,୬୦୦ରୁ ଅଧିକ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରୁଛି

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.