ଭୁବନେଶ୍ଵର, 05/03/2026: ସଶକ୍ତିକରଣ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ଏହା ଶିକ୍ଷା, ଆତ୍ମବିଶ୍ୱାସ-ନିର୍ମାଣ ଏବଂ ନିଜ ଘର ନିକଟରେ କ୍ୟାରିୟର ଗଢ଼ିବାର ସୁଯୋଗ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥାଏ। ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଶିକ୍ଷା କ୍ଷେତ୍ରରେ ନିବେଶ ସହିତ ଘର ନିକଟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟ କରୁଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଶିଳ୍ପ ଆବଶ୍ୟକତା ମୁତାବକ ଦକ୍ଷତା ବିକାଶ ରାସ୍ତା ଖୋଲିବା ଦ୍ୱାରା, କମ୍ପାନୀ ଏହି ଅଞ୍ଚଳର ଯୁବତୀମାନଙ୍କ ପାଇଁ କଷ୍ଟକର ବୋଲି କୁହାଯାଉଥିବା କ୍ୟାରିୟରରେ ଗଠନରେ ସକ୍ଷମ କରୁଛି।
ପ୍ରିୟଙ୍କା ମହାକୁଡଙ୍କ ଯାତ୍ରା ଏହାର ଏକ ଉଦାହରଣ। ଲାଞ୍ଜିଗଡ଼ରେ ଜନ୍ମଗ୍ରହଣ କରି ବଢ଼ିଥିବା ପ୍ରିୟଙ୍କା ବେଦାନ୍ତ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟୟନ କରିଥିଲେ, ଯାହା ଏହି ଅଞ୍ଚଳର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ଏକ ସମୟରେ ଯେତେବେଳେ ଇଂରାଜୀ-ମାଧ୍ୟମ ଶିକ୍ଷା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ ଥିଲା ସେତେବେଳେ ଏହି ବିଦ୍ୟାଳୟ ବ୍ୟାପକ ଶିକ୍ଷା ଅଭିବୃଦ୍ଧିର ଏକ ପ୍ରବେଶ ଦ୍ୱାର ହୋଇଥିଲା।
ପ୍ରିୟଙ୍କା ବି.ଏସ୍.ସି. ଶେଷ କରିବା ପରେ ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନ (ସମ୍ମାନ) ରେ ତାଙ୍କ ଶିକ୍ଷାର ଯାତ୍ରା ଜାରି ରଖିଥିଲେ ଏବଂ ବର୍ତ୍ତମାନ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ବାୟୋଟେକ୍ନୋଲୋଜିରେ ସ୍ନାତକୋତ୍ତର କରୁଛନ୍ତି।। ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି କରିଛି, ଯାହା ଏହି ଅଞ୍ଚଳର ଲୋକଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଦାନର ଏକ ମାଧ୍ୟମ ହୋଇପାରିଛି । ପ୍ରିୟଙ୍କାଙ୍କ ପାଇଁ, ଏହା କେବଳ ଉଚ୍ଚ ଶିକ୍ଷା ନୁହେଁ ବରଂ ବୃତ୍ତିଗତ ମହତ୍ୱାକାଂକ୍ଷା ପାଇଁ ମଧ୍ୟ ମୂଳଦୁଆ ପକାଇଥିଲା। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିବାରେ ସେ ତାଙ୍କ ପରିବାରର ପ୍ରଥମ ବ୍ୟକ୍ତି ହୋଇଥିଲେ, ଯାହା ତାଙ୍କ ପରିବାର ସହିତ ଏହି ଅଞ୍ଚଳରେ ଶିକ୍ଷାର ଗୁରୁତ୍ୱକୁ ବଢାଇ ଥିଲା ଆଜି ତାଙ୍କ ଭଉଣୀ କଟକରେ ଆଇନ ପାଠ ପଢୁଛନ୍ତି ଏବଂ ତାଙ୍କ ଭାଇ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପଢୁଛନ୍ତି ।
ସେ ବର୍ତ୍ତମାନ ବେଦାନ୍ତର ଆଲୁମିନା ରିଫାଇନାରୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ, ଡିଷ୍ଟ୍ରିବ୍ୟୁଟେଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ଡିସିଏସ) ରେ କାର୍ଯ୍ୟ କରନ୍ତି, ଯାହାକୁ କାରଖାନାର ସ୍ନାୟୁ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଜଣେ କଣ୍ଟ୍ରୋଲ୍ ରୁମ୍ ଅପରେଟର ଭାବରେ, ପ୍ରିୟଙ୍କା ରିଅଲ୍-ଟାଇମ୍ ଡିଜିଟାଲ୍ ସିଷ୍ଟମ ମାଧ୍ୟମରେ ତାପମାତ୍ରା, ଚାପ, ପ୍ରବାହ ଏବଂ ସ୍ତର ଭଳି ଗୁରୁତ୍ୱପୂର୍ଣ୍ଣ ପାରାମିଟରଗୁଡ଼ିକୁ ନିରନ୍ତର ନିରୀକ୍ଷଣ କରନ୍ତି। ସେ ସତର୍କ ସୂଚନା ଉପରେ ନଜର ରଖିବା ସହିତ ଶୂନ୍ୟ ଓଭରଫ୍ଲୋ ଏବଂ ଶୂନ୍ୟ ଟ୍ରିପ୍ ଅବସ୍ଥା ବଜାୟ ରଖିବା ପାଇଁ କାର୍ଯ୍ୟ କରନ୍ତି ଏବଂ କୌଣସି ଭୁଲ୍ ହେବା ପୂର୍ବରୁ ପ୍ରତିରୋଧକ ଏବଂ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି। ଏହି ଭୂମିକା ପାଇଁ ସଠିକତା, ବିଶ୍ଳେଷଣାତ୍ମକ ଚିନ୍ତାଧାରା, ଶୀଘ୍ର ନିଷ୍ପତ୍ତି ନେବା ଏବଂ କ୍ଷେତ୍ର ଅପରେଟର ଏବଂ ନିୟନ୍ତ୍ରକମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ଆବଶ୍ୟକ, ବିଶେଷକରି ଆରମ୍ଭହେବା, ବନ୍ଦହେବା ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ। ଏକ ମୁଖ୍ୟ ଉତ୍ପାଦନ କଣ୍ଟ୍ରୋଲ୍ ରୁମରେ ତାଙ୍କର ଉପସ୍ଥିତି ଏକ ଶାନ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରେ । ପାରମ୍ପରିକ ଭାବେ ପୁରୁଷଙ୍କ ପ୍ରାଧାନ୍ୟ ଥିବା କାର୍ଯ୍ୟରେ ସ୍ଥାନୀୟ ସମ୍ପ୍ରଦାୟର ଅଧିକରୁ ଅଧିକ ମହିଳା ଶିକ୍ଷା, ତାଲିମ ଏବଂ ସୁଯୋଗ ଦ୍ୱାରା ସମର୍ଥିତ ଉଚ୍ଚ-ଦାୟିତ୍ୱ ପରିଚାଳନା ଭୂମିକାରେ ପାଦ ଦେଉଛନ୍ତି।
ପ୍ରିୟଙ୍କାଙ୍କ କାହାଣୀ ଦର୍ଶାଏ ଯେ ବିଦ୍ୟାଳୟ ଶିକ୍ଷା ଏବଂ ଦକ୍ଷତା ବିକାଶରେ ନିରନ୍ତର ନିବେଶ କିପରି ସମାନ ପରିବେଶ ମଧ୍ୟରେ ଅର୍ଥପୂର୍ଣ୍ଣ କ୍ୟାରିଅରରେ ରୂପାନ୍ତରିତ ହୋଇପାରିବ। ଲାଞ୍ଜିଗଡ଼ର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଛାତ୍ରୀ ଠାରୁ ଆରମ୍ଭ କରି ବିଶୋଧନାଗାରର କେନ୍ଦ୍ରୀୟ ନିୟନ୍ତ୍ରଣ ପ୍ରଣାଳୀ ପରିଚାଳନା ପର୍ଯ୍ୟନ୍ତ, ତାଙ୍କର ଯାତ୍ରା ଦର୍ଶାଏ ଯେ ସ୍ଥାନୀୟ ଅଞ୍ଚଳରେ ସୁଯୋଗ ସୃଷ୍ଟି ହେଲେ ସୁଯୋଗ ସୃଷ୍ଟି ହେଲେ ନାରୀମାନେ ଶିଳ୍ପ ଉନ୍ନତି ଓ ସମୁଦାୟ ପ୍ରଗତିରେ ସିଧାସଳଖ ଭାବେ ଅବଦାନ କରିପାରିବେ ।
ଶିକ୍ଷା ଏବଂ ସମାବେଶୀ ନିଯୁକ୍ତି ଉପରେ ନିରନ୍ତର ଧ୍ୟାନ ଦେଇ, ବେଦାନ୍ତ ଆଲୁମିନିୟମ ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି ଯେ ଲାଞ୍ଜିଗଡ଼ର ଯୁବତୀମାନେ କେବଳ ସୁଯୋଗର ସ୍ୱପ୍ନ ଦେଖନ୍ତି ନାହିଁ, ବରଂ ସେମାନେ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ।

