Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Empowers Differently-Abled Persons in Odisha with Mobility and Hearing Aids
    • वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए
    • ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ
    • वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी
    • ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି
    • Vedanta Lanjigarh Recognizes Academic Achievers of DAV Vedanta International School Under its Flagship Merit Scholarship Award
    • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ
    • वेदांता एल्युमिनियम ने आंगनवाड़ी केंद्रों पर ‘शिशु संजीवनी’ शुरू किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, December 14th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ସରିବାକୁ ବସିଲାଣି ୨୦୨୪-୨୫ ଆର୍ଥିକ ବର୍ଷ: ଖର୍ଚ୍ଚ ହୋଇଛି ୮୬୫୭ କୋଟି

    ସରିବାକୁ ବସିଲାଣି ୨୦୨୪-୨୫ ଆର୍ଥିକ ବର୍ଷ: ଖର୍ଚ୍ଚ ହୋଇଛି ୮୬୫୭ କୋଟି

    editorBy editorFebruary 8, 2025Updated:October 3, 2025 India No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ବଜେଟ୍‌ରେ ୧୦ ହଜାର ୫୮୬ କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ସେଥିମଧ୍ୟରୁ ଜାନୁଆରି ସୁଦ୍ଧା ୮୧.୭୮% ଅର୍ଥାତ୍‌ ୮,୬୫୭.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଶାରେ ରେଳ ସଂଯୋଗୀକରଣ, ସୁରକ୍ଷା ଓ ଭିତ୍ତିଭୂମି ବିକାଶ ଦିଗରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

    ଏଥିସହ ଚଳିତ ଆର୍ଥିକ ବର୍ଷରେ ୮ଟି ନୂତନ ରେଳ ପ୍ରକଳ୍ପ ଯଥା ଗୁଣୁପୁର-ଥେରୁବାଲି ନୂତନ ଲାଇନ୍, ଜୁନାଗଡ ରୋଡ୍-ନବରଙ୍ଗପୁର, ମାଲକାନଗିରି- ପାଣ୍ଡୁରଙ୍ଗପୁରମ୍, ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା- ଚକୁଳିଆ, ବରଗଡ଼ ରୋଡ୍-ନୂଆପଡା ରୋଡ୍, ପୁରୀ-କୋଣାର୍କ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମୋଟ ୧୮ ହଜାର ୧୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକଦ୍ବାରା ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ନୂଆପଡ଼ା, ପୁରୀ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ଅଞ୍ଚଳବାସୀ ଉପକୃତ ହେବେ।

    ଟ୍ରେନ୍ ସେବାକୁ ଆଧୁନିକୀକରଣ ଓ ଉନ୍ନତ କରିବାକୁ ୧୧୭୩.୧୨ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରେଳ ଫ୍ଲାଏଓଭରକୁ ମଞ୍ଜୁର କରାଯାଇଛି। ଗୋଟିଏ ଡବଲ୍‌ ଲାଇନ ଫ୍ଲାଏ ଓଭର ପାଇଁ ମଞ୍ଜୁରି ଦିଆଯାଇଛି। ସମ୍ବଲପୁର ଷ୍ଟେସନ୍‌ରୁ ସମ୍ବଲପୁର ସିଟି ଷ୍ଟେସନ ପର୍ଯ୍ୟନ୍ତ ୮.୧୦ କିମି ଫ୍ଲାଏଓଭର ପ୍ରକଳ୍ପ ପାଇଁ ୨୮୮.୬୧ କୋଟି, ଖୋର୍ଦ୍ଧାରୋଡ୍ ଷ୍ଟେସନ୍ ରେଳ ଫ୍ଲାଏଓଭର ପାଇଁ ୧୯୧.୮୭ କୋଟି, କଟକର ରାଜଆଠଗଡ଼- ରାଧାକିଶୋରପୁର-ମାଛପୁର ୧୦.୮୯ କିମି ପାଇଁ ୨୬୮.୯୨ କୋଟି, ୮.୧୧ କିମିର ଟିଟିଲାଗଡ଼ ରେଳ ଫ୍ଲାଏଓଭର ପାଇଁ ୧୮୩.୮୯ କୋଟି, ୫.୫୦ କିମିର ରାୟଗଡ଼ାରେ ସିଙ୍ଗାପୁର ରୋଡ୍ ଷ୍ଟେସନ୍‌ ପାଇଁ ୨୩୯.୮୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

    ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଲାଜକୁରାରେ ଡବଲ୍ ଲାଇନ ଫ୍ଲାଏ ଓଭର ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ (ଏଫ୍ଏଲ୍‌ଏସ୍) ମଧ୍ୟ ରେଳ ଭିତ୍ତଭୂମିର ଉନ୍ନତି ପରିବହନ ଦକ୍ଷତା ବୃଦ୍ଧି କରିବାକୁ ମଞ୍ଜୁର କରାଯାଇଛି। ୧୯୯୪-୯୫ ମସିହାରେ ମଞ୍ଜୁର ହୋଇଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଜମି ଅଧିଗ୍ରହଣ ଆହ୍ବାନ ଯୋଗୁଁ ବିଳମ୍ବର ସମ୍ମୁଖୀନ ହୋଇଛି।

    ତଥାପି ଚଳିତ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ୧, ୧୬୦ କୋଟି ବ୍ୟୟବରାଦ ହେବା ସହ ଜାନୁଆରି ସୁଦ୍ଧା ୯୧୩ କୋଟି ଖର୍ଚ୍ଚ ହୋଇଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ପରିମାଣ ୧,୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଦ୍ବାରା କାର୍ଯ୍ୟ ଅଧିକ ତ୍ବରାନ୍ବିତ ହେଉଛି। ଚଳିତ ଆର୍ଥିକ ବର୍ଷରେ ସୋନପୁର ଓ ପୁରୁଣାକଟକ ମଧ୍ୟରେ ୭୪ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଲକ୍ଷ୍ୟଧାର୍ଯ୍ୟ ପୂର୍ବରୁ ଶେଷ ହୋଇଛି।

    ଭୁବନେଶ୍ବର, ପୁରୀ ଓ କଟକ ରେଳ ଷ୍ଟେସନର ପୁନର୍ବିକାଶ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଭୁବନେଶ୍ଵର ରେଳ ଷ୍ଟେସନରେ ଏବେ ସୁଦ୍ଧା ୨୬୯ କୋଟିରୁ ଅଧିକ ଖର୍ଚ୍ଚ ସହ ପ୍ରକଳ୍ପ କାର୍ଯ୍ୟ ୬୦% ସରିଛି ୨୦୨୨ ଜୁନ୍‌ରେ ରେଳ ବୋର୍ଡ ଦ୍ବାରା ଭୁବନେଶ୍ଵର ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକୁ ମଞ୍ଜୁରି ମିଳିଥିଲା। ଏବେ ସୁଦ୍ଧା ଷ୍ଟେସନର ଉଭୟ ପାର୍ଶ୍ଵରେ କୋଠା ନିର୍ମାଣ ଶେଷ ହୋଇଛି। ବାକି ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ମୁଖ୍ୟ ପ୍ରବେଶ (ପଶ୍ଚିମ) ପାର୍ଶ୍ଵରେ ଉଚ୍ଚ ରାସ୍ତାର କାମ ଆରମ୍ଭ ହୋଇଛି।

    ଏହାବ୍ୟତୀତ ପୁରୀ ରେଳ ଷ୍ଟେସନରେ ୫୦ କୋଟି ଓ କଟକ ରେଳ ଷ୍ଟେସନରେ ୧୬୩.୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଓଡ଼ିଶାରେ ଯାତାୟାତ ସଂଯୋଗ ବୃଦ୍ଧି, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଓ ରେଳ ପରିବହନରେ ସୁରକ୍ଷା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହିଛି। ଦୃଢ଼ ନିବେଶ, ରାଜ୍ୟ କର୍ତ୍ତୃପକ୍ଷଙ୍କ ସକ୍ରିୟ ସହଯୋଗ ଓ ଅକ୍ଳାନ୍ତ ପରିଶ୍ରମ ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାରେ 26666 ନେଟୱାର୍କ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହ ସହ ଲକ୍ଷ ଲକ୍ଷ 1 ନାଗରିକଙ୍କୁ ଲାଭ ପ୍ରଦାନ କରାଇବ ବୋଲି ପୂର୍ବତଟ ତଟ ରେଳପଥ ପକ୍ଷରୁ କୁହାଯାଇଛି।

    Post Views: 105
    FY25 Industry Odisha Railway Budget Railway Minister Railway Project
    editor
    • Website

    Keep Reading

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ

    Vedanta Aluminium Launches ‘Shishu Sanjeevani’ Fortified Nutrition Support Across Anganwadi Centres

    ଓଡ଼ିଶାର କୃଷକଙ୍କ ଝିଅ ଯିଏ କି ଏକ ସୁଯୋଗକୁ କ୍ରୀଡ଼ା ଭବିଷ୍ୟତରେ ପରିଣତ କରିଦେଲେ

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଶୀତକାଳୀନ ସହାୟତା

    Editor Picks

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी

    December 9, 2025
    Latest Posts

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    Bhubaneswar, 12th December 2025: Vedanta Aluminium, India’s largest producer of aluminium, reaffirmed its commitment to inclusive…

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    भुवनेश्वर, 12/12/2025: वेदांता एल्युमिनियम, भारत का सबसे बड़ा एल्युमिनियम उत्पादक, ने ओडिशा के सुंदरगढ़ और…

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ ଭୁବନେଶ୍ୱର,୧୨/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.