Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Empowers Differently-Abled Persons in Odisha with Mobility and Hearing Aids
    • वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए
    • ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ
    • वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी
    • ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି
    • Vedanta Lanjigarh Recognizes Academic Achievers of DAV Vedanta International School Under its Flagship Merit Scholarship Award
    • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ
    • वेदांता एल्युमिनियम ने आंगनवाड़ी केंद्रों पर ‘शिशु संजीवनी’ शुरू किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, December 14th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପ ମାଧ୍ୟମରେ ଆଧୁନିକ କାର୍ଯ୍ୟକ୍ଷେତ୍ରକୁ ପଦାର୍ପଣ କରୁଛନ୍ତି କଳାହାଣ୍ଡିର ଯୁବପିଢ଼ି

    ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପ ମାଧ୍ୟମରେ ଆଧୁନିକ କାର୍ଯ୍ୟକ୍ଷେତ୍ରକୁ ପଦାର୍ପଣ କରୁଛନ୍ତି କଳାହାଣ୍ଡିର ଯୁବପିଢ଼ି

    S.SBy S.SOctober 30, 2025 Odia News No Comments3 Mins Read
    Image Source- Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର, ୩୦.୧୦.୨୫: ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି। ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି – ଯାହାର ନେତୃତ୍ୱ ନେଉଛି ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ, ଯାହା ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ଏବଂ ଲାଞ୍ଜିଗଡ଼ର ୮୦୦ରୁ ଅଧିକ ଯୁବକଙ୍କୁ ତାଲିମ ଦେଇସାରିଛି। ୫୫% ମହିଳା ଅଂଶଗ୍ରହଣ ସହିତ, କଳାହାଣ୍ଡିରେ ଏହି କାର୍ଯ୍ୟକ୍ରମ ଏହାର ଲୋକଙ୍କ ପାଇଁ ସୁଯୋଗର ଏକ ଦ୍ୱାର ଖୋଲିବା ସହିତ ଲିଙ୍ଗ-ସାମଗ୍ରିକ ନିଯୁକ୍ତିକୁ ବୃଦ୍ଧି କରୁଛି ଏବଂ ଏହି ଅଞ୍ଚଳରେ ନୂତନ ଜୀବନ ଫୁଙ୍କୁଛି।  କାହିଁ କେଉଁ ଦଶକ ଧରି କଳାହାଣ୍ଡି ଥିଲା ସୀମିତ ସୁଯୋଗ ଓ ଅପୂର୍ଣ୍ଣ ସ୍ଵପ୍ନର ଅଞ୍ଚଳ। କିନ୍ତୁ ଏବେ ଭାଗ୍ୟ ବଦଳିଛି। ବେଦାନ୍ତର ଭବାନୀପାଟଣା ଓ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ରଗୁଡ଼ିକରେ ଯୁବକ-ଯୁବତୀମାନେ ଆଚରଣିକ ଓ ନିଯୁକ୍ତି-ଯୋଗ୍ୟ କୌଶଳ ଶିଖୁଛନ୍ତି, ଯାହା ତାଙ୍କୁ ନୂତନ ଓ ଆଧୁନିକ ବୃତ୍ତିକ୍ଷେତ୍ରରେ ସୁଯୋଗ ଦେଉଛି।

    ଏହି କେନ୍ଦ୍ରଗୁଡ଼ିକ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ (OSDA) ଓ ନାବାର୍ଡ (NABARD) ସହଯୋଗରେ ଚାଲୁଛି। ଏଠାରେ ଅତିଥି ସେବା, ବିକ୍ରୟ, ଖାଦ୍ୟ ଓ ପାନୀୟ ସେବା ଭଳି ବିଭିନ୍ନ ଶିଳ୍ପ-ସଂପର୍କିତ ପଢ଼ାଶୁଣା ହେଉଛି। ଏପର୍ଯ୍ୟନ୍ତ ଯେଉଁ ୮୦୦ରୁ ଅଧିକ ଯୁବା ଶିକ୍ଷା ପାଇଛନ୍ତି, ସେଥିରୁ ୭୫% କାମରେ ନିଯୁକ୍ତ, ଯାହା ଏହି ପ୍ରକଳ୍ପର ସଫଳତା ଦର୍ଶାଉଛି। କିନ୍ତୁ ଏହା କେବଳ କାହାଣୀର ଏକ ଅଂଶ। ପ୍ରତ୍ୟେକ ସଂଖ୍ୟା ପଛରେ ଅଛି ଜୀବନର ଏକ ନୂଆ ପରିବର୍ତ୍ତନ। ଉଦାହରଣ ସ୍ୱରୂପ, ଭଟଗୁଡ଼ା ଗାଁର ୨୧ ବର୍ଷୀୟ ବିଘ୍ନନାଶିନୀ ବିଶି, ବେଦାନ୍ତ ଆଲୁମିନିୟମ ଦ୍ୱାରା ଦିଆଯାଇଥିବା ପ୍ରଶିକ୍ଷଣ ପରେ ପୁନେର ଫିଏସ୍ଟା ବାରବିକ୍ୟୁ ନେସନରେ କାମ କରୁଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ ମୋ ଗାଁ ଛାଡ଼ି କୁଆଡେ ଯାଇନଥିଲି। ଏହି ପ୍ରଶିକ୍ଷଣ ମୋତେ କେବଳ କୌଶଳ ନୁହେଁ, ଆତ୍ମବିଶ୍ୱାସ ମଧ୍ୟ ଦେଇଛି।”

    ଶତ ପ୍ରତିଶତ ନିଯୁକ୍ତି – ଏକ ସଫଳତା

    ସମ୍ପ୍ରତି ଖାଦ୍ୟ ଓ ପାନୀୟ ବିଭାଗର ୨୨ତମ ବ୍ୟାଚ୍ ୧୦୦% ପ୍ଲେସମେଣ୍ଟ ହାସଲ କରିଛି। ସେହି ୨୪ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରମାନେ ମଦୁରାଇର AVN Group, ବାଙ୍ଗାଲୋରର Sodexo, ପୁନେର Club Mahindra ଓ ଭୁବନେଶ୍ୱରର Asmita Holidays ଭଳି ପ୍ରସିଦ୍ଧ ସଂସ୍ଥାରେ କାମ ପାଇଛନ୍ତି। ଏବେ ସେମାନେ ସମସ୍ତେ ନ୍ୟୁନତମ ଦରମାଠାରୁ ଅଧିକ ଆୟ କରୁଛନ୍ତି। ଯେଉଁ ପରିବାର ପୂର୍ବରୁ ଅନିଶ୍ଚିତ ଆୟ ଉପରେ ନିର୍ଭର ଥିଲେ, ସେଠାରେ ଏହି ନିୟମିତ ଆୟ ଏକ ସମ୍ମାନ ଓ ସୁରକ୍ଷାର ପ୍ରତୀକ ହୋଇଉଠିଛି ଏବଂ ଏହା ଅଞ୍ଚଳର ଅନ୍ୟ ଯୁବମାନଙ୍କୁ ମଧ୍ୟ ପ୍ରେରିତ କରୁଛି।

    ବେଦାନ୍ତ ଆଲୁମିନା ବିଜନେସର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଯୁବପିଢ଼ିକୁ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ସଶକ୍ତ କରିବା ଆମ ବିକାଶ ଦୃଷ୍ଟିକୋଣର କେନ୍ଦ୍ରସ୍ଥଳ। ୮୦୦ ଜଣ ଶିକ୍ଷିତ ଯୁବାମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ ହେବା, ଲିଙ୍ଗ ସମାନତା ଓ ସ୍ଵାବଳମ୍ବନ ପ୍ରତିଶ୍ରୁତିକୁ ପ୍ରମାଣିତ କରେ। ଆମର ସମ୍ପ୍ରତି ୧୦୦% ନିଯୁକ୍ତି ସଫଳତା ଦର୍ଶାଉଛି ଯେ, ଗୁଣବତ୍ତାପୂର୍ଣ୍ଣ ପ୍ରଶିକ୍ଷଣ ଓ ସହଯୋଗ ଏକ ସମ୍ପୂର୍ଣ୍ଣ ଅଞ୍ଚଳକୁ ପରିବର୍ତ୍ତନ କରିପାରେ।”

    ପ୍ରଶିକ୍ଷଣରୁ ସ୍ଵାବଲମ୍ବନ ଯାଏ –

    ଏହି ପ୍ରକଳ୍ପର ମୂଳ ସଫଳତା କେବଳ ନିଯୁକ୍ତି ନୁହେଁ, ବରଂ ଦୀର୍ଘକାଳୀନ ଜୀବିକା ନିର୍ମାଣ। ଗୁଣସମ୍ପନ୍ନ ପ୍ରଶିକ୍ଷଣ ସହିତ ନିଶ୍ଚିତ ନିଯୁକ୍ତି ଓ ଉଦ୍ୟମୀ ସୁଯୋଗ ମିଶି ଗ୍ରାମୀଣ ଯୁବମାନଙ୍କୁ ସ୍ଵାଧୀନ ଓ ଆର୍ଥିକ ଭାବେ ଦୃଢ଼ କରୁଛି। ଏହି ପ୍ରୟାସ ଜାତିସଂଘର ସୁସ୍ଥିତ ଉନ୍ନୟନ ଲକ୍ଷ୍ୟ (SDG) ନାରୀ ସଶକ୍ତିକରଣ, ଦରିଦ୍ରତା ହ୍ରାସ ଓ ଉଚିତ ରୋଜଗାର ସହ ସମନ୍ୱୟ ରଖିଛି। ବେଦାନ୍ତ ଆଲୁମିନିୟମ ଏବେ ଏହି ପ୍ରକଳ୍ପକୁ ଆହୁରି ବିସ୍ତାର କରିବା, ଅଧିକ ଶିଳ୍ପ ସହ ଯୋଗାଯୋଗ ବଢ଼ାଇବା ଓ ନୂତନ ବୃତ୍ତିମୂଳକ ପଢ଼ାଶୁଣା ଆରମ୍ଭ କରିବା ଉଦ୍ୟମରେ ଅଛି।

    କଳାହାଣ୍ଡିର ଯୁବମାନଙ୍କ ପାଇଁ ଏହା କେବଳ ଚାକିରି ନୁହେଁ, ଏକ ଆଶା ଓ ନୂତନ ଭବିଷ୍ୟତ। ଏକ ସାଧାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନର ରୂପ ନେଇଛି; ଯାହା ଗ୍ରାମୀଣ ଭାରତର ସଶକ୍ତ ମୁହଁ ଦର୍ଶାଉଛି। ଲାଞ୍ଜିଗଡ଼ର କ୍ଲାସରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ସହରର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ, ଏହି ୮୦୦ ଯୁବମାନଙ୍କ ଗଳ୍ପ ପ୍ରମାଣ କରୁଛି, ସୁଯୋଗ ଓ ସଙ୍କଳ୍ପ ଏକାଠି ହେଲେ, ପରିବର୍ତ୍ତନ ସୁନିଶ୍ଚିତ।

    Post Views: 25
    Development of Lanjigarh Industry Odisha Skill Initiatives Vedanta Aluminium
    S.S
    • Website

    Keep Reading

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ

    वेदांता एल्युमिनियम ने आंगनवाड़ी केंद्रों पर ‘शिशु संजीवनी’ शुरू किया

    Vedanta Aluminium Launches ‘Shishu Sanjeevani’ Fortified Nutrition Support Across Anganwadi Centres

    ଓଡ଼ିଶାର କୃଷକଙ୍କ ଝିଅ ଯିଏ କି ଏକ ସୁଯୋଗକୁ କ୍ରୀଡ଼ା ଭବିଷ୍ୟତରେ ପରିଣତ କରିଦେଲେ

    Editor Picks

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी

    December 9, 2025
    Latest Posts

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    Bhubaneswar, 12th December 2025: Vedanta Aluminium, India’s largest producer of aluminium, reaffirmed its commitment to inclusive…

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    भुवनेश्वर, 12/12/2025: वेदांता एल्युमिनियम, भारत का सबसे बड़ा एल्युमिनियम उत्पादक, ने ओडिशा के सुंदरगढ़ और…

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ ଭୁବନେଶ୍ୱର,୧୨/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.