Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, February 3rd, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି

    ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି

    editorBy editorJanuary 31, 2025Updated:October 3, 2025 Business No Comments2 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ବର: ଭାରତର ସର୍ବବୃହତ ପୁଞ୍ଜିନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫ର ଦ୍ବିତୀୟ ଦିନରେ ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ପାଇଁ ଉପକରଣ ଉତ୍ପାଦନ ନିମନ୍ତେ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହୋଇଯାଇଛି। ଅଧିବେଶନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିବାବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ନିବେଶକ, ଛାତ୍ରଛାତ୍ରୀଙ୍କ ସମେତ ୩୦୦ରୁ ଅଧିକ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତକୁ ସଂରକ୍ଷିତ କରିବା ଏବଂ ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ନିବେଶକମାନଙ୍କୁ ଆହ୍ବାନ କରୁଛନ୍ତି।

    ବିକଶିତ ଓଡ଼ିଶା ୨୦୪୭ର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରର ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ସିଂହ ଦେଓ ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗର ବିକାଶ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହି ସମ୍ମିଳନୀର ଆୟୋଜନ ଦ୍ବାରା ଶକ୍ତି କ୍ଷେତ୍ର ନିମନ୍ତେ ବିଶ୍ବର ଅଗ୍ରଣୀ ଶିଳ୍ପପତିମାନେ ୪.୩୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ଇଚ୍ଛାପ୍ରକାଶ କରିଛନ୍ତି।

    ଅକ୍ଷୟ ଶକ୍ତିକୁ ନେଇ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା। ପ୍ରଥମ ଅଧିବେଶନରେ ଇମାଦ ଫାଖୋରେ, ଆଞ୍ଚଳିକ ନିର୍ଦ୍ଦେଶକ, ଆଇଏଫସି, ସମୀର ସକ୍ସେନା, ଉପାଧ୍ୟକ୍ଷ, ଗ୍ରୀନ ହାଇଡ୍ରୋଜେନ୍ ଆଣ୍ଡ ନିୟୁ ବିଜନେସ୍ ଡେଭଲପମେଣ୍ଟ, ରିନିୟୁ, ଶ୍ରୀ ରମେଶ କୁମାର କୁରୁପ୍ପାଥ, ମୁଖ୍ୟ, ଆଇଏସଏ, ଶ୍ରୀ ସାନିଲ୍ ନମ୍ବୋଦିରିପଦ୍, ଏମଡି, ଓଟିପିସି, ଶ୍ରୀ କପିଲ ମାହେଶ୍ବରୀ, ସିଇଓ, ୱେଲସ୍ପୁନ୍ ନିୟୁ ଏନର୍ଜି, ଶ୍ରୀ ଡିଏମଆର୍ ପଣ୍ଡା, ମୁଖ୍ୟ ପରିଚାଳକ, ଏନଟିପିସି ଉପସ୍ଥିତ ରହି ଅକ୍ଷୟ ଶକ୍ତି ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି।

    ଦ୍ବିତୀୟ ଅଧିବେଶନରେ ମୋଜାମ ମେକାନ, ହବ୍ ଲିଡର୍, ଆଇଏଫସି, ପ୍ରଦୀପ କୁମାର ଦାସ, ସିଏମଡି, ଆଇଆରଇଡିଏ, ସନ୍ତୋଷ ଖରିନାର, ଅଧ୍ୟକ୍ଷ, ଆଇନକ୍ସ ୱିଣ୍ଡ, ପ୍ରଶାନ୍ତ ଚୌବେ, ଅଧ୍ୟକ୍ଷ, ଏଭିଏଏଡିଏ ଉପସ୍ଥିତ ରହି ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମର ବିକାଶ କରିବା ସହ ଏକ ଅଭିବୃଦ୍ଧିର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଛି। ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସ୍ବାଗତ ଅଭିଭାଷଣ ରଖିଥିଲେ।

    ଆଜି ମୋଟ୍ ୧.୨୪ ଲକ୍ଷ କୋଟି ଟଙ୍କା ନିବେଶରେ ଫ୍ଲୋଟିଂ ସୋଲାର୍, ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର୍, ପିଏସି, ୱିଣ୍ଡା ଆଣ୍ଡ ଥର୍ମାଲ ପ୍ରକଳ୍ପ ନିମନ୍ତେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (MCL) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍ ଏବଂ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଏନଏଲସି (NLC) ସହ ଚୁକ୍ତିନାମା ସ୍ବାକ୍ଷର, ସୋଲାର୍, ୱିଣ୍ଡ, ହାଇବ୍ରିଡ୍, ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଆଇଓସିଏଲ୍ (IOCL) ସହ ଚୁକ୍ତି ସ୍ବାକ୍ଷର, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ପ୍ରକଳ୍ପ, ସୋଲାର୍ ଆଣ୍ଡ ୱିଣ୍ଡ ପ୍ରକଳ୍ପ ପାଇଁ ଏନଜିସି (NGC) ସହ ରାଜିନାମା ସ୍ବାକ୍ଷର, ସୋଲାର୍ ଆଣ୍ଡ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଆରଇସି-ପିଡିସିଏଲ୍ (REC-PDCL) ସହ ଏମଓୟୁ ସ୍ବାକ୍ଷରିତ ହୋଇଥିବାବେଳେ ସିବିଜି (Compressed Bio-gas) ପ୍ରକଳ୍ପ ପାଇଁ ଏଚପିସିଏଲ୍ (HPCL) ସହ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି। ଏଥିସହିତ ଓଡ଼ିଶା ଶକ୍ତି କ୍ଷେତ୍ର-ଭବିଷ୍ୟତ ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କଫିଟେବୁଲ ବହି ଉନ୍ମୋଚିତ ହୋଇଛି ।

    Post Views: 109
    CM Mohan Charan Majhi Industry Odisha Investment In Odisha PM Narendra Modi Utkarsh Odisha-2025
    editor
    • Website

    Keep Reading

    Union Budget 2026: Five key takeaways for Odisha

    Money Matters: Budget Jargons that we should know

    Odisha’s move into a new league in Business: Enterprise Odisha 2026 gives us a sneak peek

    Union Budget and its role in shaping Indian economy since Independence

    Why has Odisha Outpaced West Bengal in Growth and Income

    Odisha’s New Tourism Policy: A Move to Explore the Unexplored

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.