ଭୁବନେଶ୍ୱର: ଟାଟା ଷ୍ଟିଲ ଓ କଳିଙ୍ଗନଗର ପୁଲିସ ମିଳିତ ସହଯୋଗରେ ବର୍ଷାଋତୁ ସଡ଼କ ଓ ସ୍ଵାସ୍ଥ୍ୟ ସୁରକ୍ଷା ସଚେତନତା ଅନୁଷ୍ଠିତ ହୋଇଛି। ଅଭିଯାନକୁ ପୁଲିସ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ଓ ଇନ୍ସପେକ୍ଟର ଇନଚାର୍ଜ ପ୍ରକାଶ କୁମାର ସାହୁ ଉଦଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ଚିଫ୍ ସିକ୍ୟୁରିଟି ପ୍ରକାଶ ସଞ୍ଜୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଅତ୍ଯଧିକ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା କଷ୍ଟକର ସଡ଼କ ପରିସ୍ଥିତି ଜନିତ ବିପଦକୁ ହ୍ରାସ କରିବା ।
ଏହି ଅଭିଯାନରେ ମୋନସୁନ ସମୟରେ ସଡ଼କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ଵ ଉପରେ ସଚେତନତା ସୃଷ୍ଟି କରାଯାଇଛି ଏହି ଅବସରରେ ଚାଳକମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବାର ଗୁରୁତ୍ଵ ବିଷୟରେ ସଚେତନ କରାଯିବା ସହିତ, ବାଇକ ଚାଳକ ଆରୋହୀଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା ପାଇଁ ଉତ୍ସାହିତ କରାଯାଇଥିଲା।
ଏଥିସହ ମୋନସୁନ ସମୟରେ ଗ୍ରହଣୀୟ ମୁଖ୍ୟ ସତର୍କତା ସମ୍ବନ୍ଧୀୟ ସୁରକ୍ଷା ପତ୍ରିକ। ମଧ୍ଯ ବିତରଣ କରାଯାଇଥିଲା I ଅଭିଯାନ ମାଧ୍ଯମରେ ରୋଗ ପ୍ରତିରୋଧର ଉପାୟ ଓ ରୋଗ ଚିହ୍ନଟ ପାଇଁ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା ।