Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, February 3rd, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

    ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

    editorBy editorJanuary 31, 2025Updated:October 3, 2025 Odia News No Comments3 Mins Read
    Image source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫। ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ। ଆଜି ମୋଟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଫଳରେ ୩୬ଟି ୟୁନିଟରେ ₹୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି। ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

    “ଦ ଇମରଜିଙ୍ଗ ଡେଷ୍ଟିନେସନ ଫର ଟେକ୍ସଟାଇଲସ୍, ଆପାରେଲସ୍ ଆଣ୍ଡ ହାଣ୍ଡଲୁମସ୍” ଶୀର୍ଷକ ପ୍ରଥମ ଅଧିବେଶନରେ ମାନ୍ୟବର ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି। ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି। ବୟନ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ଦୃଷ୍ଟିକୋଣର ଏକ ନିରନ୍ତର ଅନୁସରଣ ବୋଲି କହିଥିଲେ ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ।

    ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଓଡ଼ିଶାରେ ଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ୮ଟି ଜିଆଇ ଟ୍ୟାଗ୍‍ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡ଼ିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ ବୋଲି କହିଥିଲେ। ଅଧିକ ପୁଞ୍ଜି ନିବେଶ ହେଲେ ଭିତ୍ତିଭୂମି, ବଜାର ଏବଂ ଦକ୍ଷତା ବିକାଶରେ ବୃଦ୍ଧି ହେବା ସହ ବୁଣାକାର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ।

    ଏହି ଅଧିବେଶନରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସରକାରଙ୍କ ବୟନ କମିଶନର ଶ୍ରୀମତୀ ରୂପ ରାଶି ପ୍ରମୁଖ ଯୋଗ ଦେଇଥିଲେ। ସଂଶୋଧିତ ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ନୀତି-୨୦୨୨ର କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉନ୍ମୋଚିତ ହୋଇଥିଲା ।

    ଶ୍ରୀ ମା ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ୍ ଭଳି ପ୍ରମୁଖ ଶିଳ୍ପ ସହିତ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ। ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ GI ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ୍ ଇକୋ-ରେସ୍ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି/SIDBI ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ଼ ସହ ୨ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

    ଅପାର ସମ୍ଭାବନାର କ୍ଷେତ୍ର ପାଲଟିଥିବା ବୟନ, ପୋଷାକ, ହସ୍ତତନ୍ତ ଏବଂ ରେଶମ ଚାଷରେ ବିପୁଳ ପୁଞ୍ଜି ନିବେଶ ପାଇଁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗପତି ଓ ଅଂଶୀଦାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ ଦେଇଥିଲେ। ମେସର୍ସ ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସାହାନା ଗ୍ରୁପ୍ସ, ଟ୍ରାଇମେଟ୍ରୋ, ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ଇଣ୍ଡୋରାମା ସିନ୍ଥେଟିକ୍ସ, MAS ହୋଲ୍ଡିଂସ୍ ଭଳି ପ୍ରତିଷ୍ଠିତ ପୋଷାକ ଶିଳ୍ପସଂସ୍ଥାମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ।

    କରୁଣା ସିଲ୍କ ଏବଂ ବୈଷୟିକ ବୟନଶିଳ୍ପର ଶୀର୍ଷକ ଅଧିବେଶନରେ ବୟନ ମନ୍ତ୍ରାଳୟର ଉପ-ମହାନିର୍ଦ୍ଦେଶକ ଅଖିଳେଶ କୁମାର, ଶ୍ରୀଲଙ୍କା ଏମଏଏସ୍ ହୋଲ୍ଡିଂସର ସିଇଓ ମଲିକ ଅହମଦୀନ, ଟ୍ରିମେଟ୍ରୋର ସିଇଓ ସୁରଜ କାଲରା, ଇଣ୍ଡୋରାମା ସିନ୍ଥେଟିକ୍ସର ପରାମର୍ଶଦାତା ଆର କେ ଭିଜ, ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡର ନିର୍ଦ୍ଦେଶକ ଏବଂ ସିଇଓ ଉପଦୀପ ସିଂହ ଚତ୍ରଥ, ସାହି ଏକ୍ସପୋର୍ଟସର ପରାମର୍ଶଦାତା ଆରପି ଗୋଏଲ, ଅରୁନ୍ଧତୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ମୁକେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ସେଡ୍ରା ଫିଲ୍ଟ୍ରେସନ୍ସ, ଭୁବନେଶ୍ୱର, ଧନଞ୍ଜୟ ସାହୁ, ସିଜିଏମ୍-ପେଟ୍ରୋକେମିକାଲ୍ସ, ଆଇଓସିଏଲ୍, ନୂଆଦିଲ୍ଲୀ, ପି. ଶିବକୁମାର, ସଦସ୍ୟ ସଚିବ, କେନ୍ଦ୍ରୀୟ ରେଶମ ବୋର୍ଡ, ବେଙ୍ଗାଲୁରୁ, ଡି. ଏସ. କାସାରେ, ନିର୍ଦ୍ଦେଶକ, କାସାରେ ବନ୍ ସିଲ୍କ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ରାୟପୁର; ଡକ୍ଟର କାର୍ତ୍ତିକ ନେଓଗ୍, ନିର୍ଦ୍ଦେଶକ, କେନ୍ଦ୍ରୀୟ ମୁଗା ଓ ଏରି ରେଶମ ଗବେଷଣା କେନ୍ଦ୍ର, ଆସାମ ପ୍ରମୁଖ ଉପସ୍ଥିତ ଥିଲେ ।

    Post Views: 129
    Industry Odisha Investment In Odisha MAKE-IN-ODISHA CONCLAVE Utkarsh Odisha-2025
    editor
    • Website

    Keep Reading

    Union Budget 2026: Five key takeaways for Odisha

    Money Matters: Budget Jargons that we should know

    Odisha’s move into a new league in Business: Enterprise Odisha 2026 gives us a sneak peek

    Union Budget and its role in shaping Indian economy since Independence

    Why has Odisha Outpaced West Bengal in Growth and Income

    Odisha’s New Tourism Policy: A Move to Explore the Unexplored

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.