Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Wednesday, February 4th, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଜିଡିପିକୁ ପର୍ଯ୍ୟଟନ ଯୋଗଦାନ ୧୦%କୁ ବଢ଼ିବ

    ଜିଡିପିକୁ ପର୍ଯ୍ୟଟନ ଯୋଗଦାନ ୧୦%କୁ ବଢ଼ିବ

    S.SBy S.SFebruary 25, 2025Updated:October 17, 2025 India No Comments2 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର: ପ୍ରତି ୭ ବର୍ଷରେ ଦେଶର ଜିଡିପି ୨ ଗୁଣ ହେଉଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ। ଦେଶର ଡିଏନ୍ସରେ ରହିଛି ପର୍ଯ୍ୟଟନ। ଏବେ ଦେଶର ମୋଟ୍ ଘରୋଇ ଉତ୍ପାଦକୁ ଏହି କ୍ଷେତ୍ର ୫.୬% ଯୋଗଦାନ ଦେଉଛି। ଏହା ୨୦୨୭ ବେଳକୁ ୧୦%କୁ ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଶିଳ୍ପ ସଂଘ ଫିକିର ମିଳିତ ସ‌ହ‌ଯୋଗରେ ଆସନ୍ତା ୨୭ ଯାଏ ଅନୁଷ୍ଠିତ ହେବାକୁ ଥିବା ୬ଷ୍ଠ ସଂସ୍କରଣ ଟ୍ରାଭେଲ ବଜାରକୁ ଆଜି ଶୁଭାରମ୍ଭକରିଥିଲେ ଶ୍ରୀ ଶେଖାୱତ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ମୁଖ୍ୟ ସଚିବ ମନୋଜ ଆହୁଜା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ସମର୍ଥ ବର୍ମା, ସ୍ୱସ୍ତି ସିଏମ୍‌ଡି ଜେକେ ମହାନ୍ତି, ଫିକିର ବରିଷ୍ଠ ପରାମର୍ଶଦାତା ମାନବ ମୁଜୁମଦାର ଉପସ୍ଥିତ ଥିଲେ।

    କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଥିଲେ, ଏବେ ଦେଶରେ ଏକ୍ସପେରିଏନ୍ସି ଆଲ୍ ଟୁରିଜିମର ନୂଆ ଟ୍ରେଣ୍ଡ୍ ଦେଖାଯାଇଛି। ୬୦% ରୁ ଉର୍ଦ୍ଧ ଯୁବବର୍ଗ ଏକ୍ସପେରିଏକ୍ସିଆଲ୍ ଟୁରିଜିମକୁ ଏବେ ପ୍ରାଥମିକତା ଦେଉଛନ୍ତି। ଦେଶରେ ଆଭ୍ୟନ୍ତରୀଣ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଏବେ ପର୍ଯ୍ୟଟନରେ ଦେଶ ସାରା ବିଶ୍ଵରେ ୧୨ ନମ୍ବର ସ୍ଥାନରେ ଥିବା ବେଳେ ଟପ୍ ୧୦ ମଧ୍ୟରେ ଶୀଘ୍ର ସାମିଲ ହେବ। ଏ ଦିଗରେ ଦେଶର ୫୦ ପ୍ରମୁଖ ସ୍ଥାନକୁ ଆଇକନିକ ପ୍ଲେସ୍ ବିକଶିତ କରାଯାଉଛି । ଶ୍ରୀ ଶେଖାୱତ ପୁଣି କହିଲେ, ରାଜ୍ୟ ଗୁଡିକ ମଧ୍ୟରେ ପର୍ଯ୍ୟଟନକୁ ନେଇ ପ୍ରତିଯୋଗିତା ବଢ଼ିଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ଵ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି। ତେବେ ରାଜ୍ୟ ନୂଆ ସମ୍ଭାବନାକୁ ପରଖୁ। କ୍ରୁଜ ଭିଭିକ ଟୁରିଜିମ, କାରାଭାନ, ଟ୍ରାଇବାଲ ଟୁରିଜିମ ଏବଂ ହୋମ୍ ଷ୍ଟେ ଭଳି ଅଭିନବ କନସେପ୍ଟକୁ ରାଜ୍ୟ ପରଖୁ।

    ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା କହିଥିଲେ, ଏବେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଗୋଟିଏ ସୋପାନକୁ ନେଇଯିବା ଲାଗି ଅଭିନବ ଚିନ୍ତାଧାରା ଉପରେ କାମ କରୁଛି। ଏ ନେଇ କେନ୍ଦ୍ର ସରକାର ଏବଂ ଅଂଶୀଦାରଙ୍କ ସହ ମିଳିତ ହୋଇ ସମ୍ଭାବନାର ପ୍ରତିଦିଗ ଉପରେ କାମ କରିବା ଉପରେ ଆମ ଫୋକସ ରହିଛି। ପର୍ଯ୍ୟଟନକୁ ଅଭିବୃଦ୍ଧି ଏବଂ ନିଯୁକ୍ତିର ଏକ ପ୍ରମୁଖ ଟୁଲ୍ ଭାବେ ବ୍ୟବହାର କରିବା ସହ ବିଶ୍ଵ ସାମ୍ନାରେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନକୁ ପ୍ରଦର୍ଶନ କରିବାକୁ ଅଂଶୀଦାର ମାନେ ଆଗେଇ ଆସନ୍ତୁ। ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ଉତ୍କର୍ଷ ଓଡ଼ିଶାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ୮ ହଜାର କୋଟିର ନିବେଶ ଆଗ୍ରହ ଲାଭକରିଥିବା ଶ୍ରୀମତି ପରିଡା ଉଲ୍ଲେଖ କରିଛନ୍ତି।

    ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଲେ, ପର୍ଯ୍ୟଟନ କ୍ଷେତ୍ର ଲାଗି ନୀତିଗତ ପଦକ୍ଷେପ ସହ ରାଜ୍ୟ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରିବ। ରାଜ୍ୟର ଆର୍ଥିକ ସ୍ଥିତି ଦୃଢ଼ ଥିବାରୁ ଭିଭିଭୂମି ସହ ସବୁ ସହଯୋଗ ସରକାର ପ୍ରଦାନ କରିବେ। ବିଭାଗୀୟ ସଚିବ ଶ୍ରୀ ସିଂ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଉପରେ ଉପସ୍ଥାପନା ରଖିଥିଲେ । ଫିକି ପର୍ଯ୍ୟଟନ କମିଟି ସହ ଅଧ୍ଯକ୍ଷ ତଥା ସ୍ବସ୍ତି ଗ୍ରୁପ ସିଏମ୍‌ଡି ଜେକେ ମହାନ୍ତି କହିଲେ, ଓଡ଼ିଶାକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଦୃଢ଼ ଭାବେ ଉପସ୍ଥାପିତ କରାଯିବାର ଆବଶ୍ୟକ‌ତା ରହିଛି। ଓଡ଼ିଶାକୁ ଜାଣିବାକୁ ହେଲେ ଏଠାରେ ଅଧିକ ସମୟ ଅତିବାହିତ କରିବାକୁ ହେବ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନକୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ ଟ୍ୟାଗ୍‌ଲାଇନ କଣ୍ଟେଷ୍ଟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୧୩୦ ଟୁର ଅପରେଟର ଯୋଗ ଦେଇଛନ୍ତି।

    Post Views: 127
    Deputy CM Pravati Parida GDP growth Manoj Ahuja Tourism in India
    S.S
    • Website

    Keep Reading

    Money Matters: Budget Jargons that we should know

    Union Budget and its role in shaping Indian economy since Independence

    ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି

    Gig economy: A hustle for millions in India

    ବେଦାନ୍ତ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ ଜରୁରୀକାଳୀନ ମକ୍ ଡ୍ରିଲ୍ ସହିତ ଶୂନ୍ୟ କ୍ଷତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି

    ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ସଂଗ୍ରହ ହେଲା ୨୪୭ ୟୁନିଟ୍ ରକ୍ତ

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.