Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Wednesday, February 4th, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ସରକାର କଳାହାଣ୍ଡିର ବିକାଶ ପାଇଁ ଲଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା ଆୟୋଜନ କରିବା କଥା

    ସରକାର କଳାହାଣ୍ଡିର ବିକାଶ ପାଇଁ ଲଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା ଆୟୋଜନ କରିବା କଥା

    S.SBy S.SJanuary 8, 2025Updated:October 16, 2025 Odia News No Comments2 Mins Read
    Residents of Lanjigarh submitting memorandum through the BDO
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଲାଞ୍ଜିଗଡ଼, ୦୮/୦୧/୨୦୨୫ : କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ରେ ଏକ ବକ୍ସାଇଟ୍ ଖଣି କରାଯାଉ। କଞ୍ଚାମାଲ ପ୍ରଦାନ କରାଯାଉ। ଗ୍ରାମସଭା କରିବାକୁ ଲାଞ୍ଜିଗଡ଼ ବାସିନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦିଆଯାଇଥିବା ନିବେଦନପତ୍ରରେ ଲାଞ୍ଜିଗଡ଼ରେ ବକ୍ସାଇଟ୍ ଖଣି ବା କଞ୍ଚାମାଲ ଯୋଗାଇ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରାଯାଇଛି।

    ଲାଞ୍ଜିଗଡ ଖଣି ଖନନ ସପକ୍ଷରେ ହୋଇଥିବା କାର୍ଯ୍ୟକ୍ରମ ବିଶ୍ବନାଥପୁର ସ୍ଥିତ ଉଦ୍ୟାନକୃଷି ଦପ୍ତର ନିକଟରୁ ବାହାରି ଲାଞ୍ଜିଗଡ ବ୍ଲକ ଅଫିସରେ ପହଞ୍ଚିଥିଲା। ଏଥିରେ ଲାଞ୍ଜିଗଡ ଓ୍ପାକର୍ସ ଆସୋସିଏସନ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାଞ୍ଜିଗଡ ଡ୍ରାଇଭର ସଂଘ, ମୋଟରଯାନ ମାଲିକ ସଂଘ ସହିତ କଳାହାଣ୍ଡି ଓ ରାୟଗଡାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଚନ୍ଦ୍ରଶେଖର ବେହେରା, ଏମ.ଡି ଆୟୁବ, ନବୀନ ପାତ୍ର, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ସୁରେଶ ଅଗ୍ରୱାଲ, ଶ୍ରୀବତ୍ସ ତାଣ୍ଡି, ଶ୍ରୀମୁଖ ଅଗସ୍ତି, ଲିଙ୍ଗରାଜ ମାଝୀ, ହିମାଦ୍ରୀ ପେସନିଆ, ପ୍ରଦୀପ ଘଡ଼େଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଅନନ୍ତ ପାଲ, ସେନାପତି ନାଏକ, ପାତ୍ର ମାଝୀ, ମନୋହର ହରପାଲ, ରଂଜିତ ପାଢ଼ୀ, ଲକ୍ଷ୍ମୀ ଚଣ୍ଡୀ, ମୀନକେତନ ପରିଛା, ସୁବାସ ଅଗ୍ରୱାଲଙ୍କ ସମେତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାରି ହଜାରରୁ ଉର୍ଦ୍ଧ୍ଵ ଲୋକେ ସାମିଲ ହୋଇଥିଲେ।

    ୨୦୦୩ ମସିହାରେ ଲାଞ୍ଜିଗଡ଼ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପରଠାରୁ କଳାହାଣ୍ଡି ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏକଦା ଭାରତର ଅନ୍ୟତମ ଗରିବ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଏବେ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଏକ ଅଂଶ ହୋଇଥିବାବେଳେ ବିଶୋଧନାଗାର ଦ୍ୱାରା ବିକାଶ ଅଭିଯାନ ଚଳାଯାଉଛି। କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ବକ୍ସାଇଟ୍ ଖନନ ହେଉନଥିବାରୁ କଳାହାଣ୍ଡିର ବିକାଶ ପ୍ରଭାବିତ ହୋଇଛି ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି। ପଡ଼ୋଶୀ ଜିଲ୍ଲା ରାୟଗଡ଼ା ଓ କୋରାପୁଟ ଉପଲବ୍ଧ ବକ୍ସାଇଟ୍ ଭଣ୍ଡାରକୁ ଖନନ କରି ନିଜର ସାମର୍ଥ୍ୟର ଉପଯୋଗ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କିନ୍ତୁ ଶିଳ୍ପ ପ୍ରତିଷ୍ଠାର ୨୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେବି କଞ୍ଚାମାଲ ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଛି। କଳାହାଣ୍ଡିବାସୀ ସେମାନଙ୍କ ଉଦବେଗ ପ୍ରକାଶ କରିବା ସହିତ ଦାବି କରିଛନ୍ତି ଯେ, ସରକାର ତୁରନ୍ତ ଲାଞ୍ଜିଗଡ଼ରେ ରାଜ୍ୟରେ ବକ୍ସାଇଟ୍ ଖଣି ଯୋଗାଇବା ସହ ତାହାର ଖନନ ପାଇଁ ଗ୍ରାମସଭା ଆୟୋଜନ କରି କଳାହାଣ୍ଡିର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ।

    କଳାହାଣ୍ଡିର ଲାଞ୍ଜିଗଡ଼ରେ ଶିଳ୍ପ ପ୍ରତିଷ୍ଠା ସମୟରେ ଅନେକ ଶକ୍ତି ଓ ବିଦେଶୀ ଶିଳ୍ପସଂସ୍ଥା ଅଞ୍ଚଳର ବିକାଶକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ କଳାହାଣ୍ଡିର ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ସହଯୋଗରେ ଲୋକମାନେ ଏହି ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ । ଲାଞ୍ଜିଗଡ଼ କଳାହାଣ୍ଡିରେ ବକ୍ସାଇଟ୍ ମିଳିଲେ, ଅବସ୍ଥାପିତ ଏହି କମ୍ପାନୀ ଦ୍ଵାରା ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରି କଳାହାଣ୍ଡିକୁ ବହୁତ ଉପକୃତ କରିବ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ଏକ ସାମାଜିକ-ଅର୍ଥନୈତିକ ପରିବେଶ ପ୍ରଦାନ କରିବ। ଏହି ନିବେଦନ ଏକ ସମୃଦ୍ଧ କଳାହାଣ୍ଡି ପାଇଁ ଜନସାଧାରଣଙ୍କ ସାମୂହିକ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହି ଅଞ୍ଚଳର ବିକାଶ ସମ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି ।

    Post Views: 113
    CM Mohan Charan Majhi Protest for Vedanta Vedanta bauxite mines Vedanta Lanjigarh
    S.S
    • Website

    Keep Reading

    Odisha’s New Tourism Policy: A Move to Explore the Unexplored

    ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି

    Gig economy: A hustle for millions in India

    How can Odisha turn India’s growing GDP into an industrial powerhouse?

    Is Odisha emerging as the new Silicon Valley of East India?

    वेदांता लांजीगढ़ में आपातकालीन मॉक ड्रिल, ‘शून्य क्षति’ के लक्ष्य को किया और मजबूत

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.