୨୦୨୪-୨୫ ରେ ଡିଏଭି ବେଦାନ୍ତର ୨୨ ଜଣ ଛାତ୍ରଛାତ୍ରୀ ସମ୍ମାନିତ
ଲାଞ୍ଜିଗଡ଼, ୦୯/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଶିକ୍ଷା ଏବଂ ଯୁବ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ପ୍ରଦାନ କରିଛି। ବେଦାନ୍ତ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ୨୦୨୪-୨୫ ଶିକ୍ଷାବର୍ଷରେ ମୋଟ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଲାଞ୍ଜିଗଡ଼ର ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ଅନିମେଶ ପ୍ରଧାନ (ଆଇଏଏସ୍) ଯୋଗ ଦେଇଥିଲେ।
ଛାତ୍ରବୃତ୍ତି ପଦକ୍ଷେପ ଭାବେ ୯୦%ରୁ ଅଧିକ ନମ୍ବର ହାସଲ କରିଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟପ୍ପରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ କୌଣସି ବିଷୟରେ ୯୦% ରୁ ଅଧିକ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଟପ୍ପରମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତ୍ୟେକଙ୍କୁ ୮୦୦୦ ଟଙ୍କା ସହିତ ସ୍ୱୀକୃତି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଶିକ୍ଷା ହେଉଛି ଏକ ପ୍ରଗତିଶୀଳ ସମାଜ ପାଇଁ ସବୁଠାରୁ ଶକ୍ତିଶାଳୀ ମୂଳଦୁଆ। ବେଦାନ୍ତ ଛାତ୍ରବୃତ୍ତି ପୁରସ୍କାର ମାଧ୍ୟମରେ, ଆମେ ଉତ୍କର୍ଷତାକୁ ସ୍ୱୀକୃତି ଦେବା, ଲକ୍ଷ୍ୟ ହାସଲ ପାଇଁ ଅନୁପ୍ରାଣିତ କରିବା ଏବଂ ଯୁବ ମସ୍ତିଷ୍କକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ଛାତ୍ରଛାତ୍ରୀମାନେ କଳାହାଣ୍ଡି କ୍ଷେତ୍ରର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି ଏବଂ ସେମାନଙ୍କ ଯାତ୍ରାର ଅଂଶବିଶେଷ ହୋଇଥିବାରୁ ଆମେ ଗର୍ବିତ ।”
ଲାଞ୍ଜିଗଡ଼ ବିଡିଓ ଶ୍ରୀ ଅନିମେଶ ପ୍ରଧାନ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହାକୁ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ, “ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବା ଲାଗି ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିକ୍ଷାକୁ ସମର୍ଥନ କରିବାରେ ବେଦାନ୍ତ ଲାଞ୍ଜିଗଡ଼ର ନିରନ୍ତର ପ୍ରୟାସ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣୁଛି। ମୁଁ ସମସ୍ତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି ।”
ବେଦାନ୍ତ ଛାତ୍ରବୃତ୍ତି ପଦକ୍ଷେପ ବେଦାନ୍ତ ଲାଞ୍ଜିଗଡ଼ର ବ୍ୟାପକ ସାମାଜିକ ବିକାଶ ପ୍ରୟାସର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ହେଉଛି ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ଏବଂ ଏହି ଅଞ୍ଚଳରେ ବିକାଶ ପାଇଁ ଏକ ସକ୍ଷମ ପରିବେଶ ସୃଷ୍ଟି କରିବା।
ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ସ୍ଥାପିତ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲ ହେଉଛି ଏହି ଅଞ୍ଚଳର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଯାହା ଶିକ୍ଷାଦାନର ଶୂନ୍ୟସ୍ଥାନ ପୂରଣ କରିବା ଏବଂ ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ଆକାଂକ୍ଷାକୁ ଜାଗ୍ରତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅତ୍ୟାଧୁନିକ ଭିତ୍ତିଭୂମି, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ଏବଂ କମ୍ପ୍ୟୁଟର ପରୀକ୍ଷାଗାର ଏବଂ ଏକ ଶିକ୍ଷଣ ପରିବେଶ ସହିତ, ବିଦ୍ୟାଳୟ ଆଜି ପ୍ରାୟ ୧୪୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛି ଯେଉଁଥିରେ ଅଧିକାଂଶ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର । ବର୍ଷ ବର୍ଷ ଧରି, ଏହା ଶିକ୍ଷାଗତ ପରିବର୍ତ୍ତନର ଏକ ଆଲୋକବର୍ତ୍ତିକା ପାଲଟିଯାଇଛି, ଯାହା ସାକ୍ଷରତା ସ୍ତରରେ ଉଲ୍ଲେଖନୀୟ ବୃଦ୍ଧିରେ ଯୋଗଦାନ ଦେଇଛି-୨୦୦୧ ରେ ୩୮.୪% ରୁ ୨୦୧୧ ରେ ୫୯.୨୨% , ଏବଂ ଛାତ୍ରଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ପରିବର୍ତ୍ତନର ନେତୃତ୍ୱ ନେବାକୁ ପ୍ରେରଣା ଦେଇଛି।
Trending
- Union Budget 2026: Five key takeaways for Odisha
- Money Matters: Budget Jargons that we should know
- Odisha’s move into a new league in Business: Enterprise Odisha 2026 gives us a sneak peek
- Union Budget and its role in shaping Indian economy since Independence
- Why has Odisha Outpaced West Bengal in Growth and Income
- Odisha’s New Tourism Policy: A Move to Explore the Unexplored
- ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
- वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
Wednesday, February 4th, 2026

