ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ତାଙ୍କର ଆମେରିକା ଫାଷ୍ଟ ନୀତି ସାରା ବିଶ୍ୱ ପାଇଁ ଏବେ ମହଙ୍ଗା ହୋଇଛି। ଏହାକୁ ନେଇ ବିଶେଷ କରି ଚୀନ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଚୀନ ଉପରେ ଆମେରିକାର ଅତିରିକ୍ତ ୧୦% ଟାରିଫ୍ ବା ଶୁକ୍ଳ ଲଗାଇବା ପରେ ଚୀନ ମଧ୍ୟ ପାଇଟା ଜବାବ ଦେଇଛି I ଆମେରିକାର କୋଇଲା ଓ ତେଲ ଉପରେ ୧୫% ଟିକସ ଲଗାଇଛି ଡ୍ରାଗନ। କେବଳ ସେତିକି ନୁହେଁ, ଗୁଗଲ୍ ଓ ଆପଲ ପ୍ଲେ ଷ୍ଟୋର୍ ଉପରେ ମଧ୍ୟ ଚୀନ ତଦନ୍ତ କରିବ ବୋଲି କହିଛି। ଏହି ଦୁଇ ଦେଶ ମଧ୍ୟରେ ଲାଗିଥିବା ଶୁକ୍ତ ଯୁଦ୍ଧ ଭାରତକୁ ଲାଭ ଦେବ ବୋଲି ଅର୍ଥନୀତିଜ୍ଞମାନେ ଅନୁମାନ କରିଛନ୍ତି।
ମେକ୍ସିକୋ ଏବଂ କାନାଡ଼ା ଉପରେ କଟକଣା ମାସେ ଯାଏ ସ୍ଥଗିତ ରଖୀଥିବାବେଳେ ଚିନ୍ ବିରୋଧରେ ଟ୍ରଙ୍କ ଶୁକ୍ଳ ମାଡ଼ ଜାରି ରହିଛି | ଫଳରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ। ଟ୍ରମ୍ପ ଚୀନ ଉପରେ ଟାରିଫ୍ ବୃଦ୍ଧି କରିବା ପରେ ଏବେ ଟାନ୍ର ବାଣିଜ୍ୟ ମନ୍ତ୍ରାଳୟ ଆମେରିକାର ଅନେକ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛି I ଆମେରିକାର କୋଇଲା ଏବଂ ଏଲ୍ଏନ୍ଜି ଉତ୍ପାଦ ଉପରେ ଚୀନ ୧୫% ଶୁକ୍ଳ ବୃଦ୍ଧି କରିଛି। ଏହାସହିତ ଅଶୋଧୂତ ତୈଳ, କୃଷି ଉପକରଣ, ବଡ଼ କାରଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିଛି ଡ୍ରାଗନ। ଏଥିସହିତ ଆମେରିକୀୟ ଇଣ୍ଟର୍ନେଟ୍ ସର୍ଚ ଇଞ୍ଜିନ୍ ‘ଗୁଗଲ୍’ ଓ ଆପଲ ପ୍ଲେ ଷ୍ଟୋର ବିରୋଧରେ ଯାଞ୍ଚ କରିବ ବୋଲି ଘୋଷଣା କରିଛି | ଶୁକ୍ଳ ଲଗାଇବା ପରେ ଚୀନ କହିଛି ଆମେରିକାର ଏକତରଫା ଶୁକ୍ଳ ବୃଦ୍ଧି ବିଶ୍ବ ବ୍ୟାପାର ସଂଗଠନର ନିୟମର ଗମ୍ଭୀର ଉଲଂଘନ |
ଉଭୟ ଦେଶର ସମସ୍ୟାଗୁଡ଼ିକର ସମାଧାନରେ ଏହା ସହାୟକ ହେବ ନାହିଁ ବରଂ ଏହା ଚୀନ୍ ଏବଂ ଆମେରିକା ମଧ୍ୟରେ ଆର୍ଥିକ ଏବଂ ବ୍ୟାପାର ସହଯୋଗକୁ କ୍ଷତି ପହଞ୍ଚାଇବ। ସେପଟେ ଚୀନ ଓ ଆମେରିକାର ବାଣିଜ୍ୟ ଯୁଦ୍ଧ ଏବେ ଭିନ୍ନ ମୋଡ଼ ନେଉଥିବା ଦେଖୁବାକୁ ମିଳିଛି। ୟୁଏସ ପୋଷ୍ଟାଲ୍ ସର୍ଭିସ୍ ଚୀନ ଓ ହଂଙ୍କ ପାଇଁ ପାର୍ସଲ ସର୍ଭିସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି | ପରବର୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଏହି ଦୁଇ ଦେଶରୁ କୌଣସି ପାର୍ସଲ ଗ୍ରହଣ କରାଯିବ ନାହିଁ ବୋଲି ପୋଷ୍ଟାଲ ବିଭାଗ ପକ୍ଷରୁ କୁହାଯାଇଛି।
ଆମେରିକା ଆଉ ଚୀନ୍ ମଧ୍ୟରେ ହେଉଥିବା ବାଣିଜ୍ୟ ଯୁଦ୍ଧ ଭାରତ ପାଇଁ ଏକ ନୂଆ ବାଣିଜ୍ୟିକ ଅବସର ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇଥିଲା | ଆଉ ସେତେବେଳେ ଭାରତକୁ ବାଣିଜ୍ୟିକ ଲାଭ ମିଳିଥିଲା। ତଥାପି ଆମେରିକା ଚୀନ ଉପରେ ଟିକସ ଲଗାଇଲେ ଭାରତକୁ ଆମେରିକାକୁ ଅଧୂକ ସାମଗ୍ରୀ ରପ୍ତାନୀ କରିବାର ନୂଆ ଅବସର ମିଳିବ। ଶୁକ୍ଳ ବୃଦ୍ଧି କାରଣରୁ ଚୀନ୍ର ରପ୍ତାନୀ ଉପରେ ପ୍ରଭାବ ପଡ଼ିବ। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ୱାସିଂଟନ ଏବଂ ବେଜିଂ ମଧ୍ୟରେ ନୂଆ ବାଣିଜ୍ୟିକ ଯୁଦ୍ଧ କାରଣରୁ ଭାରତର ଇଲେକ୍ଟ୍ରୋନିକ୍ସ, ଔଷଧ, କପଡ଼ା, ଅଟେ। ଉପକରଣ ଏବଂ ରସାୟନ ଭଳି କ୍ଷେତ୍ରକୁ ରପ୍ତାନୀରେ ବଡ଼ ଫାଇଦା ମିଳିବ। ଭାରତ ଏବଂ ଆମେରିକା ମଧ୍ୟରେ ରପ୍ତାନୀ ସ୍ଥିତି ବେଶ୍ ମଜଭୂତ। ଏହା ଲଗାତାର ବୃଦ୍ଧି ପାଉଛି | ଆର୍ଥିକ ବର୍ଷ ୨୦୨୩-୨୪ରେ ଉଭୟ ଦେଶ ମଧ୍ୟରେ ଦ୍ବିହିପାକ୍ଷିକ ବାଣିଜ୍ୟ କାରବାର ୧୨୦ ବିଲିୟନ ଡଲାର ରହିଥିଲା।