ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ସିଏସ୍ଆର୍ ବିଭାଗ ପକ୍ଷରୁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ବିଶ୍ବ ଦିବସର ଅବ୍ୟବହିତ ପୂର୍ବରୁ ଆୟୋଜିତ ଶିବିରକୁ ବେଦାନ୍ତ ସିଏଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାର ଉଦ୍ଘାଟନ କରିଥିଲେ। ସିଏସଆର୍ ବିଭାଗର ପ୍ରତାପ, ବଣ୍ଟିରାଣୀ ପାଟଗିରି, ବେଦାନ୍ତ ଲିମିଟେଡ୍ ମୁଖ ଚିକିତ୍ସାଧିକାରୀ ଡା. ଅକ୍ଷୟ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ବେଦାନ୍ତ ହସ୍ପିଟାଲର ଡା. ପ୍ରଶାନ୍ତ ପରମାଣିକ, ହସ୍ପିଟାଲର ସହ ପରିଚାଳକ ଅଶୋକ ଖୋରାଙ୍କ ଭେଷଜ ବିଶେଷଜ୍ଞ ଡା. ବୁଦ୍ଧଦେବ ଗମାଙ୍ଗ, ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡା. ବିକାଶ ରଞ୍ଜନ ପ୍ରହରାଜ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚନ୍ଦ୍ରଶେଖର ପାଣିଗ୍ରାହୀ, ଦନ୍ତରୋଗ ବିଶେଷଜ୍ଞ ଡା. ଫିଜିଓଥେରାପିଷ୍ଟ ଡା. ସଞ୍ଜୟ କୁମାର, ଚକ୍ଷୁରୋଗ ବିଭାଗର ତାରିଣୀସେନ ବିଶ୍ଵାଳ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ |